ଦେଶବ୍ୟକ୍ତିତ୍ୱସେଲିବ୍ରିଟି

ଆଉନାହାଁନ୍ତି ଭେଟେରାନ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ରାକେଶ କୁମାର

ଭେଟେରାନ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ରାକେଶ କୁମାରଙ୍କ ପରଲୋକ । ଦୀର୍ଘଦିନ ହେବ ସେ କର୍କଟ ରୋଗରେ ପୀଡିତ ରହି ଚିକିତ୍ସିତ ହେଉଥିଲେ । ୮୦ ବର୍ଷ ବୟସରେ ସେ ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଖବର ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସହ ରାକେଶ କୁମାର ଏକାଧିକ ହିଟ୍ ଫିଲ୍ମରେ କାମ କରିଥିବାବେଳେ ଶ୍ରୀ ନାଟୱରଲାଲ୍, ଖୁନ ପସିନା, ଦୌ ଔର ଦୌ ପାଞ୍ଚ ଏବଂ ୟାରାନା ଭଳି ଚଳଚ୍ଚିତ୍ର ପାଇଁ ତାଙ୍କୁ ସମ୍ମାନିତ କରାଯାଇଛି।

ତେବେ ନଭେମ୍ବର ୧୩ରେ ଅନ୍ଧେରୀଠାରେ  ତାଙ୍କ ପାଇଁ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ।

ରାକେଶ କୁମାରଙ୍କ ବିୟୋଗରେ ବିଗ୍-ବି ଏକ ଇମୋସନାଲ ନୋଟ୍ ଲେଖିଛନ୍ତି। ସେ ଲେଖିଛନ୍ତି ଯେ ଜଣ ଜଣ କରି ସମସ୍ତେ ସାଥ ଛାଡି ଚାଲି ଯାଉଛନ୍ତି। ତେବେ ରାକେଶଙ୍କ ଭଳି ଲୋକେ ଛାପ ଛାଡି ଯାଆନ୍ତି, ଯାହାଙ୍କୁ ଭୁଲିବା କଷ୍ଟକର। ଅତ୍ୟନ୍ତ ମେଳାପି ଓ ଦୟାଳୁ ଯେ କୌଣସି ପ୍ରକାର ଅସୁବିଧାରେ ବି ପଦକ୍ଷେପ ନେବାକୁ ପ୍ରସ୍ତୁତ ମଣିଷ ଥିଲେ ବୋଲି ଲେଖିଛନ୍ତି ଅମିତାଭ ବଚ୍ଚନ।

ଆହୁରି ମଧ୍ୟ ବଚ୍ଚନ କହିଛନ୍ତି ଯେ ସେ ଯେଉଁ ଛାପ ଛାଡିଛନ୍ତି ତାହା ଭୁଲିଯିବା କଷ୍ଟକର। କାହାଣୀ ଏବଂ ଚଳଚ୍ଚିତ୍ର ପାଇଁ ଅଭିନବ ଚିନ୍ତାଧାରା ଆମ ମଧ୍ୟରୁ ଅନେକଙ୍କୁ ପ୍ରତିଷ୍ଠିତ କରିଛି।

Show More

Related Articles

Back to top button