Breaking PLUSଓଡ଼ିଶାଦେଶମୁଖ୍ୟ ଖବର

କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି,୬ ମାସ ହିତାଧିକାରୀଙ୍କୁ ମାଗଣା ରାସନ ମିଳିବ

୮୦ କୋଟିରୁ ଅଧିକ ହିତାଧିକାରୀଙ୍କୁ ଯୋଜନାରେ ମୁଣ୍ଡପିଛା ମାସକୁ ୫ କିଲୋ ରାସନ ମାଗଣା ମିଳିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ରବିବାର ହୋଇଥିବା କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତା ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ଯେ, କେନ୍ଦ୍ର କ୍ୟାବିନେଟ୍ ରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅର୍ଥାତ୍ ପିଏମଜିକେଏୱାଇ ର ସମୟସୀମା ୬ ମାସ ବଢ଼ାଇ ଦିଆଯାଇଛି । ଏବେ ଏହି ଯୋଜନା ଅନୁଯାୟୀ ୨୦୨୨ ସେପ୍ଟେମ୍ୱର ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ମାଗଣାରେ ରାସନ ମିଳିବ ।ସୂଚନାଯୋଗ୍ୟ, ମାର୍ଚ୍ଚ ୨୦୨୦ ଠାରୁ କେନ୍ଦ୍ର ସରକାରଙ୍କ ତରଫରୁ ଏହି ସ୍କିମରେ ଗରିବ ପରିବାରଙ୍କୁ ମାଗଣାରେ ରାସନ ଯୋଗାଇ ଦିଆଯାଉଛି । ତେବେ ଶନିବାର କ୍ୟାବିନେଟ ନିଷ୍ପତ୍ତି ପରେ ପିଏମଜିକେଏୱାଇ ଅନୁଯାୟୀ ୮୦ କୋଟିରୁ ଅଧିକ ହିତାଧିକାରୀଙ୍କୁ ଯୋଜନାରେ ମୁଣ୍ଡପିଛା ମାସକୁ ୫ କିଲୋ ରାସନ ମାଗଣା ମିଳିବ ।

Show More

Related Articles

Back to top button