ଦେଶ ବିଦେଶମନୋରଞ୍ଜନ

ଲଢେଇ ମଧ୍ୟରେ ପିତାଙ୍କୁ ମନେ ପକାଇଲେ ବିଗ୍ ବି

କୋରୋନା ସହ ଲଢେଇ କରୁଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ପିତାଙ୍କୁ ସ୍ମରଣ କରି ସୋସିଆଲ ମିଡ଼ିଆରେ ତାଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କ ପାଇଁ ଏକ ପୋଷ୍ଟ ସେୟାର କରିଛନ୍ତି।

ମୁମ୍ୱାଇ : ମୁମ୍ୱାଇର ନାନାବତୀ ହସ୍ପିଟାଲରେ କୋରୋନା ସହ ଲଢେଇ କରୁଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ଅମିତାଭ ଯେବେଠୁ ମେଡିକାଲରେ ଅଛନ୍ତି ନିଜ ପ୍ରଶଂସକଙ୍କ ପାଇଁ ପ୍ରତିଦିନ କିଛି ନା କିଛି ସନ୍ଦେଶ ପଠାଉଛନ୍ତି। ବର୍ତ୍ତମାନ ବିଗ୍ ବି ନିଜ ପିତାଙ୍କୁ ସ୍ମରଣ କରି ସୋସିଆଲ ମିଡ଼ିଆରେ ତାଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କ ପାଇଁ ଏକ ପୋଷ୍ଟ ସେୟାର କରିଛନ୍ତି।
ଏହି ପୋଷ୍ଟରେ ଏକ ପୁରୁଣା ଭିଡ଼ିଓ ରହିଛି। ଭିଡ଼ିଓରେ ଅମିତାଭ ବସିଛନ୍ତି ଓ ପିତାଙ୍କର କବିତା ପଢୁଛନ୍ତି। ଅନ୍ତରାଳରେ ଅମିତାଭଙ୍କ ସ୍ୱର ଶୁଣିବାକୁ ମିଳୁଛି। ଯେଉଁଥିରେ ସେ ପିତାଙ୍କର ପ୍ରସିଦ୍ଧ କବିତା ଗାଉଛନ୍ତି। ଟ୍ୱିଟରରେ ଅମିତାଭ ଲେଖିଛନ୍ତି , ବାପାଙ୍କର କବିତାର କିଛି ଅଂଶ ସେ ଏପରି ହିଁ କବି ସମ୍ମିଳନୀରେ ଗାନ କରୁଥିଲେ। ହସ୍ପିଟାଲରେ ଅଧିକାଂଶ ସମୟରେ ତାଙ୍କ ପିତାଙ୍କ କଥା ଖୁବ ମନେ ପଡୁଛି ବୋଲି କହିଛନ୍ତି। ଏହାପୂର୍ବରୁ ମଧ୍ୟ ବହୁତ ଥର ବିଗ୍ ବି ନିଜ ପିତାଙ୍କୁ ମନେ ପକାଇ ସୋସିଆଲ ମିଡ଼ିଆରେ ବିଭିନ୍ନ ପୋଷ୍ଟ ସେୟାର କରିଛନ୍ତି।

Show More

Related Articles

Back to top button