Breaking PLUSଦେଶମୁଖ୍ୟ ଖବରରାଜନୀତି

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ: ଉଦ୍ଧବ ଆମକୁ ପଛରୁ ଚୁରି ଭୁସିଛନ୍ତି, BMC ନିର୍ବାଚନରେ ତାଙ୍କୁ ତାଙ୍କ ସ୍ଥାନ ଦେଖାଇ ଦିଅ

ମୁମ୍ବାଇ ବିଜେପି ବିଧାୟକମାନଙ୍କୁ ସମ୍ବୋଧନ କରି ଉଦ୍ଧବ ଠାକ୍‌ରେଙ୍କ ଉପରେ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଉଦ୍ଧବ ଆମକୁ ଧୋକା ଦେଇଛନ୍ତି, ତେଣୁ ତାଙ୍କୁ ତାଙ୍କ ସ୍ଥାନ ଦେଖାଇଦିଅ ବୋଲି ଶାହ କହିଛନ୍ତି।

ଦୁଇଦିନିଆ ମୁମ୍ବାଇ ଗସ୍ତରେ ଆସିଥିବା ଅମିତ ଶାହ ମୁମ୍ବାଇ ବିଜେପି କର୍ମୀଙ୍କୁ ସମ୍ବୋଧନ କରି ଏପରି କହିଛନ୍ତି। ଆଜି ସେ ମୁମ୍ବାଇରେ ପହଞ୍ଚିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଦେବେନ୍ଦ୍ର ଫଡ଼ନାଭିସଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ। ସେଠାରେ ଶ୍ରୀ ଗଣେଷ ଲାଲବଉଘଚା ରାଜାଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଦଳୀୟ ସକର୍ମୀଙ୍କୁ ସମ୍ବୋଧନ କରି ଆସନ୍ତା ବ୍ରିହନମୁମ୍ବାଇ ମ୍ୟୁନିସିପାଲ୍‌ କର୍ପୋରେସନ ନିର୍ବାଚନ ପାଇଁ ପ୍ରସ୍ତୁତି କରିବା ପାଇଁ କହିଥିଲେ। ଏନ୍‌ସିପି ଓ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରି ଉଦ୍ଧବ ଠାକ୍‌ରେ ପଛପଠୁ ଚୁରି ଭୁସିଛନ୍ତି ବୋଲି କହି ଶାହ କହିଛନ୍ତି ଠାକରେ ବିଜେପିକୁ ଏବଂ ହିନ୍ଦୁ ଆଦର୍ଶକୁ ଧୋକା ଦେଇଛନ୍ତି। ବିଶ୍ୱାସଘାତକତା କରି ନିଜକୁ ପରିଚୟ କାଏମ ରଖିବା ବହୁତ କଷ୍ଟ ହୋଇଥାଏ ବୋଲି ଶାହ କହିଛନ୍ତି।

 

ଶାହ କହିଛନ୍ତି “ଉଦ୍ଧବ କେବଳେ ବିଜେପିକୁ ଧୋକା ଦେଇ ନାହାନ୍ତି ସେ ଆମ ଆଦର୍ଶକୁ ବି ଧୋକା ଦେଇଛନ୍ତି। ସେ ମହାରାଷ୍ଟ୍ର ଲୋକଙ୍କର ନିର୍ଦ୍ଦେଶକୁ ବି ଅପମାନ କରିଛନ୍ତି। ଆଜି ଉଦ୍ଧବ ଦଳ ପରିଚୟ ହରାଇବାର କାରଣ ସେ ନିଜେ ଓ ତାଙ୍କର କ୍ଷମତାର ଲୋଭ। ବିଜେପି ନୁହେଁ। ଯେଉଁମାନେ ରାଜନୀତିରେ ଧୋକା ଦିଅନ୍ତି ସେମାନେ ଦଣ୍ଡିତ ହେବା ଉଚିତ।” ବିଏମ୍‌ସି ନିର୍ବାଚନରେ ୧୫୦ ଆସନ ଉପରେ ନଜର ରଖିଛନ୍ତି ବିଜେପି। ଏଥିପାଇଁ ପ୍ରସ୍ତୁତି କରି ଉଦ୍ଧବଙ୍କୁ ତାଙ୍କ ନିଜ ଘରେ ପରାସ୍ତ କରିବା ପାଇଁ ଶାହ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି। ଉଦ୍ଧବ ପବନରେ ମହଲ ତିଆରି କରିବାରେ ଲାଗିଛନ୍ତି ବୋଲି ଶାହ କହିଛନ୍ତି।

Show More

Related Articles

Back to top button