Breaking PLUSଦେଶମୁଖ୍ୟ ଖବରରାଜନୀତି

ଗ୍ୱାଲିୟରରେ ଆଜି ରୋଡ୍ ଶୋ କରିବେ ଅମିତ ଶାହ

ଗ୍ୱାଲିୟର- କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମଧ୍ୟପ୍ରଦେଶର ଗ୍ୱାଲିୟରରେ ଆଜି ନିର୍ବାଚନୀ ପ୍ରଚାର କରିବେ । ସେ ଗ୍ୱାଲିୟର, ଶିବପୁର ଓ ଶ୍ୟୋପୁର ଜିଲ୍ଲାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଏହି ଅବସରରେ ସେ ଚାରୋଟି ସ୍ଥାନରେ ଜନସଭାକୁ ସମ୍ବୋଧିତ କରିବା ସହ ଦୁଇଟି ରୋଡ୍ ଶୋ କରିବେ ।
କେନ୍ଦ୍ରମନ୍ତ୍ରୀ 12ଟାରେ ଗ୍ୱାଲିୟରରେ ପହଞ୍ଚିବେ । ଏଠାରୁ ହେଲିକପ୍ଟର ଯୋଗେ ଶିବପୁର ଜିଲ୍ଲା ଗସ୍ତ କରିବେ । ସେଠାରେ 12.40ମିନିଟ ସମୟରେ କୃଷି ଉପମଣ୍ଡି ପଡିଆରେ ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବେ । 1.30ମିନିଟ ସମୟରେ ସେ କରୈରା ବିଧାନସଭା କ୍ଷେତ୍ରର ସିରସୌଦରେ, 1.45ରେ ମାନପୁରା ଓ 2ଟାରେ ଭୌତିରେ ରୋଡ ଶୋ, 2.40ରେ ବଦରବାଦରେ ରୋଡ ଶୋ କରିବେ । ଏହାପରେ ଅନ୍ୟାନ୍ୟ ଜନସଭାରେ ଯୋଗ ଦେଇ ଗ୍ୱାଲିୟରରେ ରାତ୍ରିଯାପନ କରିବେ ।

Show More

Related Articles

Back to top button