Breaking PLUSଦେଶ ବିଦେଶମୁଖ୍ୟ ଖବର

ନେପାଳରେ ଭୂକମ୍ପ ଯୋଗୁ ବ୍ୟାପକ କ୍ଷୟକ୍ଷତି, ଏବେ ସୁଦ୍ଧା 129ଜଣଙ୍କ ମୃତଦେହ ଉଦ୍ଧାର

ଜାଜରକୋଟ ଜିଲ୍ଲାରେ ସର୍ବାଧିକ କ୍ଷତି

କାଠମାଣ୍ଡୁ-ନେପାଳରେ ଭୂକମ୍ପ ଟ୍ରାଜେଡି । ଶୁକ୍ରବାର ରାତିରେ ଥରିଉଠିଥିଲା ନେପାଳ । ଜାଜରକୋଟ ଜିଲ୍ଲାରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ଶକ୍ତିଶାଳୀ ଭୂକମ୍ପ ଝଟକା ଯୋଗୁ ହଜାର ହଜାର ଘର ଧ୍ୱସ୍ତ ହୋଇଯାଇଛି । ସକାଳୁ ସକାଳୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଏବେ ସୁଦ୍ଧ 129ଜଣ ଲୋକ ମୃତ୍ୟୁବରଣ କରିଥିବାର ସୂଚନା ମିଳିଛି ।

ଜାଜରକୋଟ ଜିଲ୍ଲାରେ ସବୁଠୁ ବେଶି କ୍ଷତି ହୋଇଛି । ଏହି ଅଞ୍ଚଳରେ 92ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ଏବେ ବି ଧ୍ୱସ୍ତବିଧ୍ୱସ୍ତ ସ୍ଥାନରେ ଲୋକଙ୍କ ତଲାସୀ ଜାରି ରହିଛି । ନିଜ ଲୋକଙ୍କ ମୃତଦେହ ଦେଖି କାନ୍ଦ ବୋବାଳିରେ ଫାଟିପଡୁଛି ପୂରା ପରିବେଶ । ରୁକୁମ ପଶ୍ଚିମ ଜିଲ୍ଲାରେ ମୃତକଙ୍କ ସଂଖ୍ୟା 37 ଛୁଇଁଛି ।
ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦାହାଲ ପ୍ରଚଣ୍ଡ ରିଲିଫ୍ ସାମଗ୍ରୀ ଓ ଔଷଧ ସହ ଭୂକମ୍ପ ପ୍ରଭାବିତ ଅଞ୍ଚଳ ଯାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ସେନା ଓ ମେଡିକାଲ ଟିମ୍ ଅଛନ୍ତି । ଆଖପାଖ ଅଞ୍ଚଳରୁ ମେଡିକାଲ ଟିମ୍ ପ୍ରଭାବିତ ଅଞ୍ଚଳରେ ପହଞ୍ଚିଛନ୍ତି ।
ଅଧିକାରୀଙ୍କ ସୂଚନା ମୁତାବକ 3ଶହ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଆହତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି ।

Show More

Related Articles

Back to top button