ସ୍ୱାସ୍ଥ୍ୟ

ଫିଟିକିରି ପାଣିର କୁଳୀ କରି ଏହି ସବୁ ରୋଗ ଠାରୁ ଦୂରେଇ ରୁହନ୍ତୁ

ଫିଟିକିରିର ବ୍ୟବହାର ପ୍ରାୟ ସମସ୍ୟା ଲୋକ ମାନେ ଦାଢ଼ି କରିବା ସମୟରେ କରିଥାନ୍ତି । ଫିଟିକିରି ତ୍ଵଚାକୁ ସୁସ୍ଥ ରଖିଥାଏ । ତା ସହିତ ଅନେକ ପ୍ରକାରର ରୋଗଠାରୁ ମଧ୍ୟ ରକ୍ଷା କରି ପରେ

ଫିଟିକିରି ଆପଣଙ୍କର ମୁଖ ଗହ୍ୱରକୁ ସୁସ୍ଥ ରଖେ ଯେଉଁ କାରଣରୁ ଆପଣ ୮୦ ପ୍ରତିଶତ ରୋଗ ଠାରୁ ଦୂରେଇ ରୁହନ୍ତି । ଚାଲନ୍ତୁ ଆଜି ଜାଣିବା ଫିତିକିରି ପାଣିରେ କୂଳି କରିବାର ଲାଭ ବିଷୟରେ ।
* ଯଦି ଆପଣଙ୍କ ପାଟିରୁ ଦୁର୍ଗନ୍ଧ ଆସୁଛି ତେବେ ଆପଣ ଫିଟିକିରୀ ପାଣିରେ କୁଳି କରି ନିଜକୁ ରୋଗଠରୁ ରକ୍ଷାକରି ପାରିବେ । ପାଟିର ଦୁର୍ଗନ୍ଧ ଦୂର ହେବ ସହିତ ଅନ୍ୟ ରୋଗ ମଧ୍ୟ ଦୂର ହେବ ।
* ଯଦି ଆପଣଙ୍କ ଦାନ୍ତ ଲଗାତାର ଭାବରେ କ୍ୟଭିଟି ହୋଇ ପୋକ କାଟୁଛି ତେବେ ନିୟମିତ ଫିଟିକିରି ପାଣିରେ କୁଳି କରନ୍ତୁ । ଏହା ଦ୍ବାରା ଆପଣଙ୍କୁ ଅନେକ ଆରାମ ମଧ୍ୟ ମିଳିବ ତା ସହିତ ଦାନ୍ତ ଯନ୍ତ୍ରଣା ମଧ୍ୟ କମ ହୋଇଯିବ ।

* ଅଧିକାଂଶ ଲୋକଙ୍କର ଦାନ୍ତ ମାଢ଼ିରୁ ରକ୍ତ ବାହାରିବା ସମସ୍ୟା ରହିଥାଏ । ଯଦି ଆପଣଙ୍କର ଏହି ସମସ୍ୟା ରହିଛି ତେବେ ଫିଟିକିରି ପାଣିର କୁଳି କରନ୍ତୁ ।
* ଫିଟିକିରି ପାଣି ପାଟିର ସଂକ୍ରମଣ ସହିତ ଗଳାର ସଂକ୍ରାମକ ମଧ୍ୟ ଦୂର କରିଥାଏ । ଯଦି ଆପଣଙ୍କ ଗଳାରେ କୌଣସି ପ୍ରକାରର ସଂକ୍ରମଣ ରହିଛି ଯେପରିକି ଥଣ୍ଡା କାଶ ଏବଂ କଫ ଜନିତ ସମସ୍ୟା ଫିଟିକିରି ପାଣି କୁଳି କରିବା ଦ୍ୱାରା ଏହି ସମସ୍ୟା ଦିରହୁଏ ।
* ଫିଟିକିରି ପାଣି ଦୀର୍ଘ ଦିନର ଶୁଖିଲା କାଶକୁ ମଧ୍ୟ ଦୂର କରିଥାଏ । ଯଦି ଆପଣଙ୍କର ଶୁଖିଲା କସ ହେଉଛି ନିୟମିତ ଭାବରେ ଦିନକୁ ଦୁଇଥର ଫିଟିକିରି ପାଣି ଗଳ ଗଳ କରନ୍ତୁ ।

Show More

Related Articles

Back to top button