ସ୍ୱାସ୍ଥ୍ୟ

ଶରୀରରେ ଭିଟାମିନ-ସି କମିବା ଦ୍ବାରା ଦେଖା ଦେଇଥାଏ ଏହିସବୁ ଲକ୍ଷଣ : ଆସନ୍ତୁ ଜାଣିବା

ଶରୀର ପାଇଁ ଭିଟାମିନ ସି ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଜିନିଷ ଅଟେ । ଶରୀରରେ ଏହି ଭିଟାମିନ ଅନେକ ପ୍ରକାରର ରାସାୟନିକ କ୍ରିୟା ପାଇଁ ସହାୟକ ହୋଇଥାଏ । ଯେପରି କି ଆମର ଟିଶୁ ଗୁଡ଼ିକୁ ସୁସ୍ଥ ରଖିବ ସହିତ ଶକ୍ତି ପ୍ରଦାନ କରିଥାଏ

ଭିଟାମିନ ସି ଆଣ୍ଟି ଆକ୍ସୀଡାଣ୍ଟ ଭାବରେ ଶରୀର ପାଇଁ କାର୍ଯ୍ୟ କରେ । ଶରୀରରେ ଭିଟାମିନ ସି କମିବା ଦ୍ବାରା ଅନେକ ପ୍ରକାରର ଅସୁବିଧା ହୋଇଥାଏ । ଭିଟାମିନ ସିର କମି ସେହି ଲୋକ ମାନଙ୍କ ପାଖରେ ଦେଖାଯାଏ ଯେଉଁମାନେ ମଦ୍ୟପାନ କରନ୍ତି ,ଗୁଟଖା ସେବନ କରନ୍ତି ଓ ସିଗାରେଟ୍ ଅଧିକ ମାତ୍ରାରେ ସେବନ କରିଥାନ୍ତି , କିମ୍ବା ଯେଉଁ ମାନେ କିଡ୍ନି ରୋଗରେ ଆକ୍ରାନ୍ତ ରହିଥାନ୍ତି ।
* ଆମର ଯଦି କେଉଁଠି ଆଘାତ ଲାଗେ ତେବେ ରକ୍ତ ବାହାରିଥାଏ ,ରକ୍ତରେ ଭିଟାମିନ ସିର ସ୍ତର କମ୍ ହୋଇଯାଇଥାଏ । ଶରୀରକୁ କୋଲେଜନ୍ ତିଆରି କରିବା ପାଇଁ ଭିଟାମିନ ସିର ଆବଶ୍ୟକତା ରହିଥାଏ । କୋଲଜନ୍ ଏକ ପ୍ରକାରର ପ୍ରୋଟିନ ଅଟେ ଯାହା ଘାକୁ ଠିକ୍ କରିଥାଏ ।
* ଭିଟାମିନ ସି ଶରୀରରୁ କମିବା ଦ୍ବାରା ଦାନ୍ତ ମାଢ଼ିରୁ ରକ୍ତ ବାହାରିଥାଏ । ଯଦି ଆପଣଙ୍କ ନାକରୁ ବାରମ୍ବାର ରକ୍ତ ସ୍ରାବ ହେଉଛି ତେବେ ଜାଣିବେ ଯେ ଆପଣଙ୍କ ଶରୀରରେ ଭିଟାମିନ ସି କମି ଯାଇଛି ।

* ଆପଣଙ୍କର ଯଦି ଅଦ୍ଭୁତ ଭାବରେ ଓଜନ ବୃଦ୍ଧି ହେଉଛି ତେବେ ଏହାର ଗୋଟିଏ କାରଣ ହେଉଛି ଶରୀରରେ ଭିଟାମିନ ସି କମ୍ ରହିଛି । ଯଦି ଆପଣଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଭିଟାମିନ ସି ମିଳୁଛି ଏହା ଦ୍ବାରା ଆପଣଙ୍କର ଶରୀରର ଚର୍ବି ଅଂଶ ନଷ୍ଟ ହୋଇଥାଏ ।
* ଭିଟାମିନ ସି ଶରୀରରୁ କମିବା ଦ୍ବାରା ଥକା ଲାଗିବା ସହିତ ଚିଡା ଲାଗିଥାଏ । ଏହି ଭିଟାମିନ ଶରୀରରେ ସତେଜତ୍ତା ବଢ଼ାଇବା ସହିତ ଶକ୍ତି ବଢ଼ାଇଥାଏ। ତେଣୁ ଭିଟାମିନ ସି କମିବା ଦ୍ବାରା ଥକା ଲାଗେ ।
* ଭିଟାମିନ ସି ଶରୀରର ଇମ୍ୟୁନିଟିକୁ ମଜବୁତ୍ କରି ଶରୀରକୁ ସଂକ୍ରମଣରୁ ରକ୍ଷା କରିଥାଏ । ଏହାର କମି ଦ୍ବାରା ଆପଣ ଜୀବାଣୁର ଆକ୍ରମଣ ଓ ସଂକ୍ରମଣର ଶିକାର ହୋଇ ପାରନ୍ତି ।
ଭିଟାମିନ ସି ଯୁକ୍ତ ଖାଦ୍ୟ – କମଳା ,କ୍ୟପ୍ସିକମ୍ ,କଦଳୀ, ବ୍ରୋକଲି,ଅମୃତ ଭଣ୍ଡା , ନସ୍ପତି,ଲେମ୍ବୁ ଓ ଆମ୍ବ ଇତ୍ୟାଦି ଭିଟାମିନ ସିରେ ଭରପୁର ଅଟେ ।

Show More

Related Articles

Back to top button