
ଦିନକୁ ଦିନ ବ୍ୟାଙ୍କ୍ ନିୟମରେ ଅନେକ ପରିବର୍ତ୍ତନ ହେଉଛି । ଗ୍ରାହକଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ ଅନେକ ପରିବର୍ତ୍ତନ କରାଯାଉଛି । ତେବେ ବ୍ୟାଙ୍କ୍ ଲକରକୁ ନେଇ ବିଭିନ୍ନ ନିୟମ ବଦଳାଯାଇଛି । ଏ ନେଇ ଏକ ବିଜ୍ଞପ୍ତି ଜାରି କରିଛି ରିଜର୍ଭ ବ୍ୟାଙ୍କ।
ରିଜର୍ଭ ବ୍ୟାଙ୍କ ଦେଇଥିବା ସୂଚନା ଅନୁୟାୟୀ, ବ୍ୟାଙ୍କରେ ଲକର ନେଇଥିବା ଗ୍ରାହକଙ୍କ ଅଭିଯୋଗ ଆଧାରରେ ରିଜର୍ଭ ବ୍ୟାଙ୍କ ନିୟମ ପରିବର୍ତ୍ତନ କରିଛି । ପ୍ରାୟତଃ ଗ୍ରାହକମାନଙ୍କ ପକ୍ଷରୁ ବ୍ୟାଙ୍କ ଲକରରୁ ଚୋରି ହେବା ନେଇ ଅଭିଯୋଗ ଆସିଥାଏ। କିନ୍ତୁ ଏବେ ଲକରରୁ ଯଦି କୌଣସି ଚୋରି ହୁଏ, ତା’ ହେଲେ ସମ୍ପୃକ୍ତ ବ୍ୟାଙ୍କ ତରଫରୁ ଗ୍ରାହକମାନଙ୍କୁ ଲକର ଭଡ଼ାର ୧୦୦ ଗୁଣା କ୍ଷତିପୂରଣ ଦିଆଯିବ।
ଆପଣ ଯେତେବେଳେ ବି ଲକର ଆକ୍ସେସ୍ କରିବେ, ତ ଏହାର ଆଲର୍ଟ ବ୍ୟାଙ୍କ ମାଧ୍ୟମରେ ଆପଣଙ୍କୁ ଇ-ମେଲ୍ ଏବଂ SMSରେ ଦିଆଯିବ। ଆର୍ବିଆଇ କୌଣସି ବି ପ୍ରକାର ଠକେଇରୁ ବର୍ତ୍ତିବା ପାଇଁ ଏହି ନିୟମ କରିଛି। କହି ରଖୁଛୁ, ବ୍ୟାଙ୍କଗୁଡ଼ିକୁ ଲକରର ସର୍ବାଧିକ ୩ ବର୍ଷର ଭଡ଼ା ଗୋଟିଏ ଥର ନେବାର ଅଧିକାର ରହିଛି। ଯଦି ଲକର ଭଡା ୨୦୦୦ ଟଙ୍କା, ତେବେ ବ୍ୟାଙ୍କ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ ଚାର୍ଜକୁ ବାଦ୍ ଦେଇ ଆପଣଙ୍କଠାରୁ ୬୦୦୦ ଟଙ୍କାରୁ ଅଧିକ ଶୁଳ୍କ ନେଇ ପାରିବ ନାହିଁ।