ଓଡ଼ିଶାଦେଶମୁଖ୍ୟ ଖବର

ଦିନିକିଆ ଢେଙ୍କାନାଳ ଗସ୍ତରେ ଯିବେ ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ : ଦିନିକିଆ ଢେଙ୍କାନାଳ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଦିନିକିଆ ଗସ୍ତରେ ଶ୍ରୀ ପ୍ରଧାନ ପୂର୍ବାହ୍ନ ପ୍ରାୟ ୯ ଟା ୩୦ ମିନିଟରେ ସ୍ୱତନ୍ତ୍ର ଟ୍ରେନ ଯୋଗେ ପ୍ରଥମେ ମଞ୍ଚେଶ୍ୱରରୁ ବାହାରି ତାଳଚେର ରୋଡ଼ ଠାରେ ପହଞ୍ଚିବେ । ସେଠାରେ ପ୍ରାୟ ୧୫  ମିନିଟ ସମୟ ପର୍ଯ୍ୟନ୍ତ ରେଳ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମୀକ୍ଷା କରିବେ ଧର୍ମେନ୍ଦ୍ର ପ୍ରଧାନ । ପରେ ଅନୁଗୁଳ, ବଳରାମ, ତାଳଚେର, ସୁନାଖଣି ଓ ବୁଢ଼ାପଙ୍କ ରେଳ ଷ୍ଟେସନରେ ପହଞ୍ଚି ସମୀକ୍ଷା କରିବେ । ଏହା ସହ ତାଳଚେର ଅନୁଗୁଳ ଲୁପ ଲାଇନ କାର୍ଯ୍ୟର ପରିଦର୍ଶନ କରି ସମୀକ୍ଷା କରିବେ । ଶ୍ରୀ ପ୍ରଧାନ ସନ୍ଧ୍ୟା ୫ଟାରେ ଢେଙ୍କାନାଳ ଷ୍ଟେସନରେ ପହଞ୍ଚିବେ । ଏହି ସମୟରେ ସେ ରେଳ ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ । ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ ମୁଖ୍ୟ ରେଳ ଷ୍ଟେସନ ସମେତ ହିନ୍ଦୋଳ ରୋଡ଼,ଶ୍ୟାମାଚରଣପୁର, ଜୋରନ୍ଦା ରୋଡ଼ ପାସେଞ୍ଜର ହଲ୍ଟ ସହ ଷ୍ଟେସନର ଉନ୍ନତି କରଣ ସମ୍ପର୍କରେ ସମୀକ୍ଷା କରିବେ ଶ୍ରୀ ପ୍ରଧାନ । ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ ।

Show More

Related Articles

Back to top button