Breaking PLUSଓଡ଼ିଶାମୁଖ୍ୟ ଖବର
ଜାଗର ପାଇଁ ଚଳଚଂଚଳ ରାଜ୍ୟର ସମସ୍ତ ଶୈବପୀଠ

ଭୁବନେଶ୍ୱର- ଆଜି ମହାଶିବରାତ୍ରୀ। ଜାଗର ପାଇଁ ଚଳଚଞ୍ଚଳ ରାଜ୍ୟର ସବୁ ଶୈବପୀଠ। ଓଁ ନମଃ ଶିବାୟ ଧ୍ୱନିରେ ପରିବେଶ ପ୍ରକମ୍ପିତ ହେଉଛି। ରାଜ୍ୟର ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜ, ଧବଳେଶ୍ୱର, ଲୋକନାଥ ଓ କପିଳାସରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି। ବାବା ଲିଙ୍ଗରାଜଙ୍କ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ଭୋରରୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହୋଇଛି। ରାତି ୧୦ଟାରେ ମହାଦୀପ ଉଠିବ ବୋଲି ନୀତି ନିର୍ଘଣ୍ଟ ହୋଇଛି।
ଆଜି ଉପବାସ ରହିବ ଜାଗର ଦୀପ ଜାଳିବେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ। ଏଥିପାଇଁ ଭୋରୁ ଭୋରୁ ମହାଦେବଙ୍କ ମନ୍ଦିରରେ ଭିଡ ଜମିଛି । ହଜାର ହଜାର ଭକ୍ତ ଲମ୍ବା ଲାଇନରେ ଠିଆ ହୋଇ ଭୋଳାବାବାଙ୍କ ଦର୍ଶନ କରୁଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ମନ୍ଦିରରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି ।