Breaking PLUSଦେଶମୁଖ୍ୟ ଖବର

ଟିୟୋକରେ ପ୍ରଧାନମନ୍ତ୍ରୀଙ୍କ ରାଲିକୁ ନେଇ ପ୍ରସ୍ତୁତି ଶେଷ

ଜୋରହାଟ- ଆସାମର ଜୋରାହାଟ ଜିଲ୍ଲାର ଟିୟୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାଲି କାର୍ଯ୍ୟକ୍ରମକୁ ନେଇ ପ୍ରସ୍ତୁତି ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଦୁଇଦିନିଆ ଆସାମ ଗସ୍ତରେ ଆଜି ପହଂଚୁଛନ୍ତି । ଆଜି ସେ କାଜିରଂଜା ନ୍ୟାସନାଲ ପାର୍କରେ ରାତ୍ରିଯାପନ କରିବେ । କାଲି ଟିୟୋକ ସ୍ଥିତ ଲଚିତ ବରଫକୁନ ମୈଦାନରେ ହେଲିକପ୍ଟର ଯୋଗେ ପହଂଚିବେ । କାଜିରଂଗା ହେଲିପ୍ୟାଡରୁ ଚାଲିଚାଲି ଲଚିତ ମୈଦାନର ହେଲିପ୍ୟାଡରେ ଓହ୍ଲାଇବେ । ଏଠାରେ ଲଚିତ ବରଫୁକନଙ୍କ 125 ଫୁଟ ଉଚ୍ଚର ପ୍ରତିମା ଅନାବରଣ କରିବେ ।
ଭିସି ଜରିଆରେ ପ୍ରଧାନମନ୍ତ୍ରୀ ଶିବସାଗର ମେଡିକାଲ କଲେଜ ପାଇଁ ଶିଳାନ୍ୟାସ କରିବେ । ଲକ୍ଷପତି ବାଇଦେଓ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବେ ପିଏମ ମୋଦି । ଏହି ଅବସରରେ 5ଲକ୍ଷ 75ହଜାର ପିଏମ ଆବାସ ଯୋଜନା ଜରିଆରେ ନିର୍ମାଣ ହୋଇଥିବା ଆବାସର ଉଦଘାଟନ କରିବେ ପିଏମ ମୋଦି ।

Show More

Related Articles

Back to top button