Breaking PLUSଓଡ଼ିଶାମୁଖ୍ୟ ଖବର

କାର୍ଯ୍ୟରେ ଅବହେଳା ଯୋଗୁଁ ବନ୍ଦହେଲା ୫ଟି ହାଇସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ଦରମା

କାର୍ଯ୍ୟରେ ଅବହେଳା ଯୋଗୁଁ କେନ୍ଦୁଝର ଜିଲ୍ଲାର ୫ଟି ହାଇସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ଦରମା ବନ୍ଦ । ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ଏହି ଦରମା ବନ୍ଦ କରିଛନ୍ତି । ସେହି ସ୍କୁଲଗୁଡିକ ହେଲା ଝାଡବେଲଦାର ଏସ୍‌ଏମ୍ଆର ହାଇସ୍କୁଲ, କ୍ଷୀରେଇଟାଙ୍ଗିର ଗଭମେଣ୍ଟ ହାଇସ୍କୁଲ, ଯମୁନାପଶୀର ବିଶ୍ଵଇପାଟ ହାଇସ୍କୁଲ, ବଲାଣୀପଶୀର ପିଏମବି ହାଇସ୍କୁଲ, ଡେଣୁଆର ଝଲାମଣୀ ହାଇସ୍କୁଲ ।

କରୋନା ମହାମାରୀ ଯୋଗୁଁ ଦୀର୍ଘ ୯ ମାସ ପରେ ଶୁକ୍ରବାର ବିଦ୍ୟାଳୟ ଖୋଲିଛି । କୋଭିଡ୍ ଗାଇଡ୍‌ଲାଇନ୍ ପାଳନ ସହିତ ବିଦ୍ୟାଳୟକୁ ସଫା ସୁତରା ରଖିବାକୁ କଡା ନିର୍ଦ୍ଦେଶ ମଧ୍ୟ ରହିଛି । ହେଲେ ଏହି ବିଦ୍ୟାଳୟଗୁଡିକରେ ବିଦ୍ୟାଳୟ ଖୋଲିବାରେ ସରକାରୀ ଗାଇଡ୍ ଲାଇନକୁ ଉଲଂଘନ କରିଥିବା ସହ ବିଦ୍ୟାଳୟ ପରିବେଶକୁ ସଫା ସୁତରା କରିନଥିବା ଓ କାର୍ଯ୍ୟରେ ଅବହେଳା କରିଥିବାରୁ କର୍ମଚାରୀଙ୍କ ଦରମା ଜାନୁଆରୀ ମାସଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।

Show More

Related Articles

Back to top button