ଓଡ଼ିଶାପାଣିପାଗମୁଖ୍ୟ ଖବରସ୍ୱତନ୍ତ୍ର

ପୁରୀରେ ୨ଦିନ ପାଇଁ ସମସ୍ତ ଦିଦ୍ୟାଳୟ ବନ୍ଦ୍- ଜିଲ୍ଲାପାଳ

ପୁରୀରେ ବନ୍ୟା ପରିସ୍ଥିତି ସୃଷ୍ଟି । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇ ଅଧିକାଂଶ ଅଞ୍ଚଳ ପାଣିଘେରରେ ରହିଥିବାବେଳେ ଘରେ ଏବଂ ରାସ୍ତା ଉପରେ ୩ ଫୁଟରୁ ଅଧିକ ଉଚ୍ଚର ପାଣି ସୁଅ କାଟୁଛି । ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ବିଦ୍ୟାଳୟକୁ ୨ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

ଜିଲ୍ଲାପାଳ ଦେଇଥିବା ସୂଚନା ଅନୁଯାୟା, ପୁରୀ ଜିଲ୍ଲାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ୧୭ ଓ ୧୮ ତାରିଖ ଦୁଇ ଦିନ ବନ୍ଦ ରହିବ । ରାସ୍ତା ଉପରେ ପାଣି ଚାଲୁଥିବା ଯୋଗୁଁ କୋଣାର୍କ-ପିପିଲି-କାକଟପୁର ଯାତାୟତ ବାଧାପ୍ରାପ୍ତ ହୋଇଛି । ସେପଟେ ଧନୁଆ ନଦୀରେ ବନ୍ୟା ଆସି ନିମାପଡ଼ା ବ୍ଲକର ୫ ପଞ୍ଚାୟତରେ ପାଣି ପଶିଛି । ପିପିଲି ଦୟା ନଦୀର ବନ୍ୟା ଜଳରେ ଏକାଧିକ ଗାଁ ଜଳବନ୍ଦୀ ହୋଇ ରହିଛନ୍ତି ।

Show More

Related Articles

Back to top button