Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ବିଶ୍ୱକପରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସାମିଲ ହେଲେ ପ୍ରସିଦ୍ଧ କୃଷ୍ଣା

ନୂଆଦିଲ୍ଲୀ,୪ ନଭେମ୍ବର- ବିଶ୍ୱକପ 2023 ଅପରାଜେୟକ ଅଭିଯାନ ଜାରି ରଖିଥିବା ଭାରତୀୟ ଟିମକୁ ଝଟ୍‌କା । ଟୁର୍ଣ୍ଣାମେଣ୍ଟର ଶେଷଭାଗ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିପାରିବେ ନାହିଁ ବୋଲି ଘୋଷଣା କରିଛି ଆଇସିସି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଫାଷ୍ଟ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ଟିମରେ ସାମିଲ କରାଯାଇଛି ।
ଭାରତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅକ୍ଟୋବର 19ରେ ପୁଣେରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ତାଙ୍କ ଗୋଡରେ ଆଘାତ ପାଇଥିଲେ । ଏହାପରେ ଛୋଟେଇ ଛୋଟେଇ ସେ ଫିଲ୍ଡରୁ ବାହାରକୁ ଚାଲିଯାଇଥିଲେ । ଏହାପରେ ଅନ୍ୟ ତିନୋଟି ମ୍ୟାଚରେ ମଧ୍ୟ ସେ ଖେଳିନଥିଲେ ।
ପାଣ୍ଡ୍ୟାଙ୍କ ସ୍ଥାନରେ ପ୍ରସିଦ୍ଧକୁ ଟିମରେ ସାମିଲ କରାଯାଇଛି । ସେ ଭାରତ ପାଇଁ 19ଟି ୱାନଡେ ଓ ଟି-20 ମ୍ୟାଚ ଖେଳି 33ଟି ୱିକେଟ୍ ନେଇଛନ୍ତି ।

Show More

Related Articles

Back to top button