Breaking PLUSଓଡ଼ିଶାମୁଖ୍ୟ ଖବର

6ରୁ ଭୁବନେଶ୍ୱରରୁ ଜୟପୁରକୁ ଦ୍ୱିତୀୟ ବିମାନ

ଭୁବନେଶ୍ୱର,୪ ନଭେମ୍ବର- ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ଦ୍ୱିତୀୟ ବିମାନ । ବିମାନ ସେବା ଯୋଗାଇବ ‘ଇଣ୍ଡିଆ ୱାନ୍‌ ଏ’ ସଂସ୍ଥା । ଆସନ୍ତା ୬ ତାରିଖରୁ ଦ୍ବିତୀୟ ବିମାନ ସେବା ଆରମ୍ଭ ହେବ । ସପ୍ତାହକୁ ୨ ଦିନ ସୋମବାର ଓ ଶୁକ୍ରବାର ଉଡ଼ିବ ବିମାନ । ଭୁବନେଶ୍ବରରୁ ସକାଳ 7ଟା 10ରେ ବାହାରି ଜୟପୁରରେ 8ଟା 45ରେ ପହଞ୍ଚିବ । ଜୟପୁରରୁ ସକାଳ 9ଟାରେ ବାହାରି ଭୁବନେଶ୍ବରରେ 10ଟା 35ରେ ପହଞ୍ଚିବ । ଏନେଇ ଇଣ୍ଡିଆ ୱାନ୍‌ ଏୟାର ପକ୍ଷରୁ ସୂଚନା ଦିଆଯାଇଛି। ଏହି ବିମାନ ସେବା ଯୋଗାଇବାରେ ଆର୍ଥିକ ଭାବରେ ରାଜ୍ୟ ସରକାର ସହଯୋଗ କରିବେ। ତେବେ ପ୍ରଥମ ଶୁଭାରମ୍ଭ ପାଇଁ ଅଫର୍ ରହିଛି 2999 ଟଙ୍କା।

Show More

Related Articles

Back to top button