Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ବିଧାନସଭା ଅଧିବେଶନ ବସିବା ପୂର୍ବରୁ ଆସନ୍ତା ୨୭ ତାରିଖରେ ସମସ୍ତ ବିଧାୟକଙ୍କର ହେବ କୋଭିଡ ପରୀକ୍ଷା

ବିଧାନସଭା ଅଧିବେଶନ ନେଇ ଗାଇଡଲାଇନ୍ ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କର ହେବ କୋଭିଡ ଟେଷ୍ଟ । ବିଧାୟକଙ୍କ ପିଏସଓ, ଡ୍ରାଇଭରଙ୍କର ମଧ୍ୟ କୋଭିଡ ଟେଷ୍ଟ ହେବ

ବିଧାନସଭା ଅଧିବେଶନ ନେଇ ଗାଇଡଲାଇନ୍ ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କର ହେବ କୋଭିଡ ଟେଷ୍ଟ । ବିଧାୟକଙ୍କ ପିଏସଓ, ଡ୍ରାଇଭରଙ୍କର ମଧ୍ୟ କୋଭିଡ ଟେଷ୍ଟ ହେବ । ଆସନ୍ତା ୨୭ ଓ ୨୮ ତାରିଖରେ ଦୁଇ ଦିନ ଧରି କୋଭିଡ ଟେଷ୍ଟ କରାଯିବ । ସକାଳ ସାଢେ ୭ଟାରୁ ୯ଟା ଯାଏଁ ଟେଷ୍ଟ ହେବ । ଅକ୍ଟୋବର ୪ରେ ପୁଣି ଆଉ ଥରେ ସମସ୍ତଙ୍କର କୋଭିଡ ଟେଷ୍ଟ କରାଯିବ । ଏହା ଯଦି ବିଧାନସଭା ଅଧିବେଶନ ସମୟରେ କୌଣସି ବିଧାୟକ ଅସୁସ୍ଥ ଅନୁଭବ କଲେ ତେବେ ତୁରନ୍ତ ତାଙ୍କର ଆଣ୍ଟିଜେନ ଟେଷ୍ଟ କରାଯିବ ବୋଲି ଜଣାପଡିଛି ।

Show More

Related Articles

Back to top button