Breaking PLUSଦେଶ ବିଦେଶମୁଖ୍ୟ ଖବର

ଚୀନ ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ଆଜି ଅପରାହ୍ନ 5ଟା ରେ ସର୍ବଦଳୀୟ ବୈଠକ ଡାକିଲେ ସରକାର

ଲଦାଖରେ ଚୀନ୍ ସହ ଚାଲିଥିବା ବିବାଦ ମଧ୍ୟରେ ମୋଦୀ ସରକାର ଆଜି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ବୁଧବାର ତଥା ଆଜି ଅପରାହ୍ନ 5 ଟାରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ଯେଉଁଥିରେ ବହୁ ରାଜନୈତିକ ଦଳର ନେତାମାନେ ସାମିଲ ହେବେ

ଲଦାଖରେ ଚୀନ୍ ସହ ଚାଲିଥିବା ବିବାଦ ମଧ୍ୟରେ ମୋଦୀ ସରକାର ଆଜି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ବୁଧବାର ତଥା ଆଜି ଅପରାହ୍ନ 5 ଟାରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ଯେଉଁଥିରେ ବହୁ ରାଜନୈତିକ ଦଳର ନେତାମାନେ ସାମିଲ ହେବେ। ଚୀନ୍ ସହ ବିବାଦ ସମ୍ପର୍କରେ ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବିବୃତ୍ତି ପରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।

ଏହି ସର୍ବଦଳୀୟ ବୈଠକରେ ସରକାର ସଂସଦ ଅଧିବେଶନର ଆଗାମୀ ଦିନ ପାଇଁ ଯୋଜନା ବିଷୟରେ ଆଲୋଚନା କରିବେ । ବିରୋଧୀଙ୍କ ଦ୍ୱାରା ଉଠାଯାଇଥିବା ଆପତ୍ତି ଉପରେ ମଧ୍ୟ ଆଲୋଚନା ହେବ । ଏହି ବୈଠକରେ କଂଗ୍ରେସ ଦଳ LAC ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିବ ବୋଲି ଜଣାପଡିଛି ।

ସୂଚନଯୋଗ୍ୟ ଯେ, ଗତକାଲି ସଂସଦ ଅଧିବେଶନରେ ସରକାର ଚୀନ ସହ ସୀମାରେ ଚାଲିଥିବା ଉତ୍ତେଜନା ସମ୍ପର୍କରେ ବିବୃତ୍ତି ଦେଇ ସ୍ପଷ୍ଟ କରିଛନ୍ତି, କିନ୍ତୁ ବିରୋଧୀ ଦଳ ପକ୍ଷରୁ ସମଗ୍ର ବିବାଦ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବାକୁ ସରକାରଙ୍କ ନିକଟରେ ଦାବି କରାଯାଉଛି । ଏଥିପାଇଁ କଂଗ୍ରେସ ଲୋକସଭାରେ ମଧ୍ୟ ବିରୋଧ କରିଥିଲା । କିନ୍ତୁ ବର୍ତ୍ତମାନ ଏହି ବୈଠକକୁ ସରକାରଙ୍କ ପକ୍ଷରୁ ଆଲୋଚନା ପାଇଁ ଡକାଯିବାରୁ ଏହି ବୈଠକର ଗୁରୁତ୍ୱ ବଢିଯାଇଛି ।

Show More

Related Articles

Back to top button