Breaking PLUSଦେଶ ବିଦେଶମୁଖ୍ୟ ଖବର

ବୁଡିଗଲା ଡଙ୍ଗା, ୧୪ ଜଣଙ୍କର ମୃତ୍ୟୁ

ରାଜସ୍ଥାନର ଚମ୍ବଲ ନଦୀରେ ଏକ ଡଙ୍ଗା ଓଲଟି ଯାଇଛି । କୋଟା ଜିଲ୍ଲାର ଇଟାୱା ସହର ପାଖ ଖାତୋଲି ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସମୟରେ ଡଙ୍ଗାରେ ୩୦ ଜଣ ଲୋକ ଥିଲେ

ରାଜସ୍ଥାନର ଚମ୍ବଲ ନଦୀରେ ଏକ ଡଙ୍ଗା ଓଲଟି ଯାଇଛି । କୋଟା ଜିଲ୍ଲାର ଇଟାୱା ସହର ପାଖ ଖାତୋଲି ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସମୟରେ ଡଙ୍ଗାରେ ୩୦ ଜଣ ଲୋକ ଥିଲେ । ଡଙ୍ଗା ଓଲଟି ପଡିବାରୁ ୧୪ ଜଣଙ୍କର ମୃତ୍ୟୃୁ ଘଟିଛି ଏବଂ ୪ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି । ମୃତକମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଗୋଥାରା କଳାର ବାସିନ୍ଦା ।

ଅଧିକ ଓଜନ କାରଣରୁ ଡଙ୍ଗାଟି ଓଲଟି ପଡିଥିଲା ବୋଲି ଜଣାପଡିଛି । ବୁଡ଼ି ଯାଇଥିବା କିଛି ଲୋକଙ୍କୁ ସୁରକ୍ଷିତ ଭାବେ ନଦୀରୁ ଉଦ୍ଧାର କରାଯାଇଛି । ଉଦ୍ଧାର ସମୟରେ ନଦୀର ସ୍ରୋତ ଅଧିକ ଯୋଗୁଁ କିଛି ଲୋକ ଭାସି ଯାଇଛନ୍ତି । ତେବେ ୪ ଜଣ ନିଖୋଜ ଥିବା ଜଣାପଡିଛି । ଉଦ୍ଧାର ପାଇଁ କୋଟାରୁ ଏନଡିଆରଏଫ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି । ଡଙ୍ଗାରେଥିବା ସମସ୍ତ ଲୋକ କମଲେଶ୍ୱର ଧାମକୁ ଯିବା ପାଇଁ ଡଙ୍ଗାରେ ଚମ୍ବଲ ନଦୀ ପାର ହେଉଥିଲେ ବୋଲି ଜଣାପଡିଛି ।

Show More

Related Articles

Back to top button