Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଆଜିଠୁ ଖୋଲିଲା ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ

ସ୍କୁଲ ପରେ ଆଜିଠୁ ରାଜ୍ୟରେ ଖୋଲିଛି ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ । କୋଭିଡ୍ କଟକଣା ଭିତରେ ଖୋଲିଛି ଉଚ୍ଚ ଶିକ୍ଷାନୁଷ୍ଠାନ । କେବଳ ୟୁନିଭରସିଟି ଓ ଡିଗ୍ରୀ କଲେଜ ଶେଷବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ ହେଉଛି । ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସମସ୍ତେ ମାନିବେ କୋଭିଡ୍ ନିୟମ ।

ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରି ପାଠପଢ଼ା ଯାଉଛି । ସେହିପରି ଇଞ୍ଜିନିୟରିଂ କଲେଜ, OUAT ଓ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ବି ପାଠପଢ଼ା ହେବ । କ୍ଲାସରୁମରେ କେମିତି ପାଠପଢ଼ା ହେବ ସେନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି ହୋଇଛି । କରୋନା ମହାମାରୀ ଯୋଗୁ ଦୀର୍ଘ ନଅ ମାସ ପରେ ରାଜ୍ୟରେ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିଛି ।

Show More

Related Articles

Back to top button