Breaking PLUSଦେଶ ବିଦେଶମୁଖ୍ୟ ଖବର

ରାଷ୍ଟ୍ରପତି ପଦରୁ ବିଦା ହେବେ ଟ୍ରମ୍ପ, ଆସିବ ମହାଭିଯୋଗ ପ୍ରସ୍ତାବ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ଜାନୁଆରୀ ୨୦ରେ ଶେଷ ହେବ। ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ୍ ଏହି ତାରିଖରେ ପଦଭାର ସମ୍ଭାଳିବେ। ହେଲେ ଏହା ପୂର୍ବରୁ ଟ୍ରମ୍ପ ସମର୍ଥକ ସଂସଦ ପରିସର (କ୍ୟାପିଟାଲ ବିଲ୍ଡିଂ)ରେ କରିଥିବା ହିଂସାକୁ ନେଇ ତାଙ୍କ ବିରୋଧରେ ଜନଅସନ୍ତୋଷ ପ୍ରକାଶ ପାଇଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ଜାନୁଆରୀ ୨୦ରେ ଶେଷ ହେବ। ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ୍ ଏହି ତାରିଖରେ ପଦଭାର ସମ୍ଭାଳିବେ। ହେଲେ ଏହା ପୂର୍ବରୁ ଟ୍ରମ୍ପ ସମର୍ଥକ ସଂସଦ ପରିସର (କ୍ୟାପିଟାଲ ବିଲ୍ଡିଂ)ରେ କରିଥିବା ହିଂସାକୁ ନେଇ ତାଙ୍କ ବିରୋଧରେ ଜନଅସନ୍ତୋଷ ପ୍ରକାଶ ପାଇଛି। ଟ୍ରମ୍ପଙ୍କ କାର୍ଯ୍ୟକାଳ ଯଦିଓ କମ୍ ସମୟ ରହିଛି ହେଲେ ଏହା ପୂର୍ବରୁ ତାଙ୍କୁ ମହାଭିଯୋଗ ପ୍ରସ୍ତାବ ଜରିଆରେ ବହିଷ୍କାର କରିବାକୁ ବିରୋଧୀ ଦଳ ଡେମୋକ୍ରାଟିକ ଦାବି କରିଛି। ଖାଲି ବିରୋଧୀ ନୁହଁନ୍ତି ଟ୍ରମ୍ପଙ୍କ ଦଳ ରିପବ୍ଲିକିଆନ୍ ପାର୍ଟିର କିଛି ନେତା ମଧ୍ୟ ସମାନ ଦାବି କରିଛନ୍ତି।

ବାଚସ୍ପତି ତଥା ଡେମୋକ୍ରାଟିକ ଦଳର ନେତା ନାନସୀ ପେଲସୀ ତାଙ୍କ ଦଳର ସାଂସଦମାନଙ୍କୁ ଚିଠି ଲେଖି ମହାଭିଯୋଗ ପ୍ରସ୍ତାବ ଆଣିବାକୁ ନିବେଦନ କରିଛନ୍ତି। ଟ୍ରମ୍ପଙ୍କ ବିରୋଧରେ କମ୍ ଭୋଟ୍ ପଡ଼ିବାର ଆଶଙ୍କା ରହିଛି, ତେଣୁ ସମସ୍ତ ଦଳୀୟ ସାଂସଦଙ୍କୁ ୱାଶିଂଟନ୍ ଆସିବାକୁ ସେ ଅନୁରୋଧ କରିଛନ୍ତି।

ଆମେରିକାର ସମ୍ବିଧାନର ୨୫ ତମ ସଂଶୋଧନ ଅନୁଯାୟୀ କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କୁ ତାଙ୍କ କାର୍ଯ୍ୟାଳୟରୁ ହଟାଯାଇପାରିବ। ୧୯୬୭ ମସିହାରେ ସମ୍ବିଧାନର ୨୫ତମ ସଂଶୋଧନ କରାଯାଇଥିଲା। ଆମେରିକାର ୩୫ ତମ ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କ ହତ୍ୟା ପରେ ଏହି ୨୫ତମ ସଂଶୋଧନ ହୋଇଥିଲା। ୧୯୬୩ରେ ତାଙ୍କର ହତ୍ୟା ହୋଇଥିଲା।

Show More

Related Articles

Back to top button