Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଗତ 24 ଘଣ୍ଟା ମଧ୍ୟରେ 16,311 ଜଣ କରୋନା ପଜେଟିଭ ରୋଗୀ ଚିହ୍ନଟ

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବଡ଼ଧରଣର ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ୧୬,୩୧୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬୧ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଏକ କୋଟିରୁ ଅଧିକ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ ୧୬,୩୧୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୪,୬୬,୫୯୫ରେ ପହଞ୍ଚିଛି । ସେହିପରି ଗତ ୨୪ଘଣ୍ଟାରେ ୧୬୧ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଯାହାପରେ ଦେଶରେ ମୋଟ କରୋନାରେ ମୃତ୍ୟୁ ହୋଇଖିବା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୧,୧୬୦ରେ ପହଞ୍ଚିଛି ।

ଅନ୍ୟପଟେ କରୋନାରୁ ଗତ ୨୪ଘଣ୍ଟାରେ ୧୯,୨୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହିତ କରୋନାରୁ ଏବେ ଯାଏଁ ୧,୦୦,୯୨,୯୦୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଲଗାତର ଭାବେ ଦେଶରେ ଆକ୍ଟିଭ୍‌ କେସ୍‌ ସଂଖ୍ୟା ହ୍ରାସ ପାଉଛି । ଦେଶରେ ବର୍ତ୍ତମାନ ଯାଏଁ ୨,୨୨,୫୨୬ଟି ଆକ୍ଟିଭ୍‌ କେସ୍‌ ରହିଛି ।

Show More

Related Articles

Back to top button