ଦେଶ ବିଦେଶବାଣିଜ୍ୟ

ପୁଣି ଉଡ଼ିବ ଜେଟ୍ ଏୟାରୱେଜ୍

ଗତବର୍ଷରୁ ବନ୍ଦ ପଡ଼ିଥିବା ବିମାନ କଂପାନି ଜେଟ୍ ଏୟାରୱେଜ୍ ପୁଣି ଥରେ ଉଡ଼ିବା ସମ୍ଭାବନା ସୃଷ୍ଟି ହୋଇଛି

କଂପାନି ଠାରୁ ଋଣ ଅର୍ଥ ଅସୁଲ କରିବା ଲାଗି ଗଠନ କରାଯାଇଥିବା କମିଟି ଅଫ୍‌ କ୍ରେଡିଟର୍ସ ଏକ କନ୍‌ସୋର୍ଟିୟମ୍ ଦାଖଲ କରିଥିବା ପୁନରୁଦ୍ଧାର ଯୋଜନାକୁ ଗ୍ରହଣ କରିଛନ୍ତି। କାଲ୍‌ରକ୍ କ୍ୟାପିଟାଲ୍ ଓ ମୂରଲୀ ଲାଲ୍ ଜାଲାନଙ୍କୁ ନେଇ ଗଠିତ କନ୍‌ସୋର୍ଟିୟମ୍ ଏହି ଯୋଜନା ଦାଖଲ କରିଥିଲେ। ଇ-ଭୋଟିଂ ଜରିଆରେ ସେହି ଯୋଜନାକୁ ମଞ୍ଜୁରି ମିଳିଛି। ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିବା ପରେ ଦୈନନ୍ଦିନ ଖର୍ଚ୍ଚ ତୁଲାଇବା ଲାଗି ପାଣ୍ଠି ଯୋଗାଡ଼ କରିବା ଜେଟ୍‌ ଏୟାରୱେଜ୍ ପାଇଁ କଷ୍ଟକର ହୋଇପଡ଼ିଥିଲା। ‌କଂପାନିର ଅଧ୍ୟକ୍ଷ ନରେଶ ଗୋୟଲଙ୍କ ସବୁ ପ୍ରକାର ପ୍ରୟାସ ସତ୍ତ୍ବେ ନୂଆ ପାଣ୍ଠି ଯୋଗାଡ଼ ହୋଇନପାରିବାରୁ ଗତବର୍ଷ ଏପ୍ରିଲ୍ ୧୭ରେ କଂପାନି ଏହାର ସେବାକୁ ସାମୟିକ ସମୟ ବନ୍ଦ ରଖିବାକୁ ଘୋଷଣା କରିଥିଲା।ଗତବର୍ଷରୁ ବନ୍ଦ ପଡ଼ିଥିବା ବିମାନ କଂପାନି ଜେଟ୍ ଏୟାରୱେଜ୍ ପୁଣି ଥରେ ଉଡ଼ିବା ସମ୍ଭାବନା ସୃଷ୍ଟି ହୋଇଛି।

କଂପାନି ଠାରୁ ଋଣ ଅର୍ଥ ଅସୁଲ କରିବା ଲାଗି ଗଠନ କରାଯାଇଥିବା କମିଟି ଅଫ୍‌ କ୍ରେଡିଟର୍ସ ଏକ କନ୍‌ସୋର୍ଟିୟମ୍ ଦାଖଲ କରିଥିବା ପୁନରୁଦ୍ଧାର ଯୋଜନାକୁ ଗ୍ରହଣ କରିଛନ୍ତି। କାଲ୍‌ରକ୍ କ୍ୟାପିଟାଲ୍ ଓ ମୂରଲୀ ଲାଲ୍ ଜାଲାନଙ୍କୁ ନେଇ ଗଠିତ କନ୍‌ସୋର୍ଟିୟମ୍ ଏହି ଯୋଜନା ଦାଖଲ କରିଥିଲେ। ଇ-ଭୋଟିଂ ଜରିଆରେ ସେହି ଯୋଜନାକୁ ମଞ୍ଜୁରି ମିଳିଛି। ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିବା ପରେ ଦୈନନ୍ଦିନ ଖର୍ଚ୍ଚ ତୁଲାଇବା ଲାଗି ପାଣ୍ଠି ଯୋଗାଡ଼ କରିବା ଜେଟ୍‌ ଏୟାରୱେଜ୍ ପାଇଁ କଷ୍ଟକର ହୋଇପଡ଼ିଥିଲା। ‌କଂପାନିର ଅଧ୍ୟକ୍ଷ ନରେଶ ଗୋୟଲଙ୍କ ସବୁ ପ୍ରକାର ପ୍ରୟାସ ସତ୍ତ୍ବେ ନୂଆ ପାଣ୍ଠି ଯୋଗାଡ଼ ହୋଇନପାରିବାରୁ ଗତବର୍ଷ ଏପ୍ରିଲ୍ ୧୭ରେ କଂପାନି ଏହାର ସେବାକୁ ସାମୟିକ ସମୟ ବନ୍ଦ ରଖିବାକୁ ଘୋଷଣା କରିଥିଲା।

Show More

Related Articles

Back to top button