Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ କମୁଛି କରୋନାର ପ୍ରକୋପ, ଗତ ୨୪ ଘଣ୍ଟା ମଧ୍ୟରେ ୧୯୮୨ ଜଣ ନୂଆ କରୋନା ରୋଗୀ ଚିହ୍ନଟ

ରାଜ୍ୟରେ କମୁଛି କରୋନା ସଂକ୍ରମଣ । ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୧୯୮୨ ଜଣ ନୂଆ କରୋନା ପଜେଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୧୫୬ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବାବେଳେ ଓ ୮୨୬ ଜଣ ସ୍ଥାନୀୟ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କମୁଛି କରୋନା ସଂକ୍ରମଣ । ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୧୯୮୨ ଜଣ ନୂଆ କରୋନା ପଜେଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୧୫୬ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବାବେଳେ ଓ ୮୨୬ ଜଣ ସ୍ଥାନୀୟ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୭୦,୩୪୬ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଚିହ୍ନଟ ହୋଇଥିବା ୧୯୮୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୩୦୦ ଜଣ ଥିବାବେଳେ କଟକରୁ ୧୪୫, ଅନୁଗୁଳରୁ ୧୧୯, ବାଲେଶ୍ୱରରୁ ୮୬, ବରଗଡ଼ରୁ ୪୬, ଭଦ୍ରକରୁ ୬୩, ବଲାଙ୍ଗିରରୁ ୮୮, ବୌଦ୍ଧରୁ ୧୧, ଦେବଗଡ଼ରୁ ୧୪, ଢେଙ୍କାନାଳରୁ ୫୫, ଗଜପତିରୁ ୧୦, ଗଞ୍ଜାମରୁ ୨୪, ଜଗତସିଂହପୁରରୁ ୫୫, ଯାଜପୁରରୁ ୮୬, ଝାରସୁଗୁଡ଼ାରୁ ୫୦, କଳାହାଣ୍ଡିରୁ ୪୩, କନ୍ଧମାଳରୁ ୨୩, କେନ୍ଦ୍ରାପଡ଼ାରୁ ୬୫, କେନ୍ଦୁଝରରୁ ୫୯, କୋରାପୁଟରୁ ୪୨, ମାଲକାନଗିରିରୁ ୪୧, ମୟୂରଭଞ୍ଜରୁ ୧୦୭, ନବରଙ୍ଗପୁରରୁ ୫୨, ନୟାଗଡ଼ରୁ ୩୩, ନୂଆପଡ଼ାରୁ ୩୭, ପୁରୀରୁ ୭୨, ରାୟଗଡ଼ାରୁ ୧୦, ସମ୍ବଲପୁରରୁ ୩୮, ସୋନପୁରରୁ ୪୫, ସୁନ୍ଦରଗଡ଼ରୁ ୯୮ ଏବଂ ଷ୍ଟେଟ୍ ଫୁଲ୍ରୁ ୬୫ ଜଣ ଅଛନ୍ତି ।

ରାଜ୍ୟରେ ଏ ପର୍ଯ୍ୟନ୍ତ ୪୦, ୮୨, ୦୬୩ କରୋନା ନମୁନା ପରୀକ୍ଷଣ ହୋଇଛି । ସୋମବାର ସକାଳ ସୁଦ୍ଧା ୨ ଲକ୍ଷ ୭୦ ହଜାର ୩୪୬ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨,୪୬, ୮୩୭ ଜଣ ସୁସ୍ଥ ହୋଇଛନ୍ତି । ୨୨, ୩୦୪ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୧୧୫୨ ଜଣଙ୍କର ମୃତ୍ୟୁ ହୋଇଛି ।

Show More

Related Articles

Back to top button