ବାଣିଜ୍ୟ

ପୁଣି ବୃଦ୍ଧି ହେଲା ପେଟ୍ରୋଲ ଏବଂ ଡିଜେଲ ଦର

ଦେଶରେ ଲଗାତାର ଭାବେ ବଢିଚାଲିଛି ପେଟ୍ରୋଲ ଏବଂ ଡିଜେଲ ଦର । ପ୍ରତିଦିନ ନୂଆ ନୂଆ ରେକର୍ଡ ଛୁଉଁଛି ତେଲ ଦର । ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୨୭ ପଇସା ବୃଦ୍ଧିପାଇଥିବା ବେଳେ ଡିଜେଲ ଦର ୩୦ ପଇସା ବୃଦ୍ଧି ପାଇଛି

ଦିଲ୍ଲୀରେ ପେଟ୍ରୋଲ ଦର ୯୧.୮୦ ଟଙ୍କା ପ୍ରତି ଲିଟର ଏବଂ ଡିଜେଲ ୮୨.୩୬ ଟଙ୍କା ପ୍ରତି ଲିଟର ରହିଛି ।ସେହିଭଳି ମୁମ୍ବାଇରେ ମଧ୍ୟ ତେଲ ଦର ବୃଦ୍ଧି ପାଇ ଶତକ ଛୁଇଁବାକୁ ଯାଉଛି । ପେଟ୍ରୋଲ ୯୮.୧୨ ଟଙ୍କା ଥିବାବେଳେ ଡିଜେଲ ଦର ରହିଛି ୮୯.୪୮ ଟଙ୍କା ପ୍ରତି ଲିଟର । ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅୟ୍ଚଳରେ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରଠାରୁ ଲଗାତାର ଭାବେ ବୃଦ୍ଧିପାଉଛି ପେଟ୍ରୋଲ ଏବଂ ଡିଜେଲ ଦର ।

ଗତ ଶନିବାର ଏବଂ ରବିାର ତେଲ ଦର ଅପରିବର୍ତ୍ତି ରହିବା ପରେ ପୁଣି ଥରେ ବୃଦ୍ଧି ପାଇଛି ।ସେହିଭଳି ରାଜଧାନୀ ଭୁବନେଶ୍ବରରେ ମଙ୍ଗଳବାର ପେଟ୍ରୋଲ ଦର ଲିଟର ପିଛା ୫୯ ପଇସା ବୃଦ୍ଧି ପାଇ ୯୨.୮୧ରେ ପହଞ୍ଚିଥିବା ବେଳେ ଡିଜେଲ ଦର ୬୪ ପଇସା ବୃଦ୍ଧି ପାଇ ୯୦.୦୩ ଟଙ୍କା ପ୍ରତି ଲିଟର ରହିଛି । ଗତକାଲି ଅର୍ଥାତ ସୋମବାର ପେଟ୍ରୋଲ ୨୬ ପଇସା ଏବଂ ଡିଜେଲ ୩୬ ପଇସା ବୃଦ୍ଧି ପାଇଥିଲା ।

Show More

Related Articles

Back to top button