ଓଡ଼ିଶା

ବିଜେବି କଲେଜରେ ପୁଣି ରାଗିଂ !

ବିନା କାରଣରେ ହଇରାଣ କରୁଛନ୍ତି, କାନ ଧରି ବସ୍ଉଠ୍‌ କରାଉଛନ୍ତି ସିନିୟର

ବିବାଦରେ ପୁଣି ବିଜେବି କଲେଜ । ଗୋଟିଏ ମାମଲା ଥମିନଥିବା ବେଳେ ଆଉ ଗୋଟିଏ ମାମଲା ଏବେ ରାଗିଂ ମାମଲା ସାମ୍ନା ଆସିଛି । ବିଜେବି କଲେଜରେ ପୁଣି ରାଗିଂ ଅଭିଯୋଗ । ରାଗିଂ ହେଉଥିବା ଅଭିଯୋଗ ଆଣିଛନ୍ତି କଲେଜର ଯୁକ୍ତ ଦୁଇର ଜଣେ ଛାତ୍ର । ଏପରିକି ଅଧ୍ୟାପକମାନଙ୍କ ସାମ୍ନାରେ ରାଗିଂ ହେଉଥିବା ଛାତ୍ର ଜଣଙ୍କ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ଅନ୍ୟ ଛାତ୍ରାବାସରେ ରହୁଥିବା ସିନିୟର ତାଙ୍କୁ ରାଗିଂ କରୁଛନ୍ତି ।

ବିନା କାରଣରେ ସେମାନେ ଆସି ହଇରାଣ ହରକତ କରୁଥିବା ସହ କାନ ଧରି ଉଠୁ ବସ କରାଉଛନ୍ତି । ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ ଓ ବଡ଼ଗଡ ଥାନାରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଏତିକି ବେଳେ ଉଠିଛି ଯେତେ ବେଳେ ରୁଚିକା ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଲାଗି ରହିଛି ଚର୍ଚ୍ଚା ।ସନିୟରଙ୍କ ରାଗିଂରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କିନ୍ତୁ ଯେଉଁ ୩ ସିନିୟରଙ୍କ କଥା ସୁଇସାଇଡ୍ ନୋଟ୍ ରେ ଉଲ୍ଲେଖ କରିଥିଲେ ସେହି ୩ ଜଣଙ୍କର ପତ୍ତା ଏପର୍ଯ୍ୟନ୍ତ ପୋଲିସ ପାଇନି ।

Show More

Related Articles

Back to top button