ବାଣିଜ୍ୟ

ପୁଣି ବଢ଼ିଲା ଇନ୍ଧନ ଦର, ପେଟ୍ରୋଲ ପ୍ରତି ଲିଟର ୩୦, ଡିଜେଲ ୩୭ ପଇସା ମହଙ୍ଗା

ଜାଣନ୍ତୁ ଭୁବନେଶ୍ୱରରେ ଦର କେତେ ?

ତୈଳ କମ୍ପାନୀମାନେ ଦେଶରେ ଲଗାତାର ବୁଧବାର ମଧ୍ୟ ଇନ୍ଧନଦର ବୃଦ୍ଧି କରିଛନ୍ତି। ପେଟ୍ରୋ ଲିଟରପିଛା ୧୭ରୁ ୩୦ ପଇସା ପର୍ଯ୍ୟନ୍ତ ବଢିଥିବା ବେଳେ ଡିଜେଲ ୨୬ରୁ ୩୭ ପଇସା ମହଙ୍ଗା ହୋଇଛି। ଫଳରେ ଜାତୀୟ ରାଜଧାନୀ ଦିଲ୍ଲୀରେ ବୁଧବାର ପେଟ୍ରୋଲ ଲିଟର ପିଛା ୩୦ ପଇସା ବଢ଼ିବା ଯୋଗୁ ୧୦୨ଟଙ୍କା ୯୪ ପଇସାକୁ ପହଞ୍ଚିଛି। ସେହିପରି ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ଯୋଗୁ ୯୧ଟଙ୍କା ୪୨ ପଇସାରେ ବିକ୍ରି ହେଉଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୨୯ ପଇସା ମହଙ୍ଗା ହୋଇଛି। ଫଳରେ ପ୍ରତି ଲିଟର ପେଟ୍ରୋଲ ଏବେ ୧୦୮ଟଙ୍କା ୯୬ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୩୭ ପଇସା ବୃଦ୍ଧି ଯୋଗୁ ୯୯ଟଙ୍କା ୧୭ ପଇସାକୁ ପହଞ୍ଚିଛି। ସେହିପରି ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୨୬ ପଇସା ମହଙ୍ଗା ହୋଇଥିବା ବେଳେ ପ୍ରତି ଲିଟର ଦର ୧୦୦ଟଙ୍କା ୪୯ ପଇସାରେ ବିକ୍ରି ହେଉଛି। ଡିଜେଲ ଲିଟର ପିଛା ୩୪ ପଇସା ବୃଦ୍ଧି ଯୋଗୁ ୯୫ଟଙ୍କା ୯୩ ପଇସା ଦରରେ ବିକ୍ରି ହେଉଛି। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଐତିହାସିକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଶୁଳ୍କ ରିହାତି କରିଥିଲେ।

ସେହିପରି କୋଲକାତାରେ ପେଟ୍ରୋଲ ଲିଟର ପିଛା ୨୯ ପଇସା ମହଙ୍ଗା ହୋଇଛି। ଫଳରେ ଲିଟର ପିଛା ପେଟ୍ରୋଲ ଦର ୧୦୩ ଟଙ୍କା ୬୫ ପଇସାରେ ବିକ୍ରି ହେଉଥିବା ବେଳେ ଡିଜେଲ ୩୬ ପଇସା ମହଙ୍ଗା ହେବା ଯୋଗୁ ଲିଟରପିଛା ୯୪ଟଙ୍କା ୫୩ ପଇସାରେ ବିକ୍ରି ହେଉଛି। ଭୁବନେଶ୍ୱରରେ ବୁଧବାର ପେଟ୍ରୋଲ ଲିଟର ପିଛା ୧୭ ପଇସା ମହଙ୍ଗା ହୋଇଛି। ଫଳରେ ପ୍ରତି ଲିଟର ୧୦୩ଟଙ୍କା ୬୯ ପଇସା ଦରରେ ବିକ୍ରି ହେଉଛି। ଡିଜେଲ ଲିଟର ପିଛା ୨୬ ପଇସା ମହଙ୍ଗା ହୋଇଛି। ଫଳରେ ଦର ୯୯ଟଙ୍କା ୫୭ ପଇସାକୁ ପହଞ୍ଚିଛି। ତେବେ ମଙ୍ଗଳବାର ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୬ ପଇସା ଶସ୍ତା ହୋଇଥିବା ବେଳେ ପେଟ୍ରେଲ ୧୫ ପଇସା ଶସ୍ତା ହୋଇଥିଲା।

Show More

Related Articles

Back to top button