ମନୋରଞ୍ଜନ

ପୁଣି ଚର୍ଚାରେ ରାନୁ ମଣ୍ଡଳ

ରେଳ ଷ୍ଟେସନରେ ଗୀତ ଗାଇ ରାତାରାତି ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଳ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କୁ ଏବେ ମିଳିଛି ଆଉ ଏକ ପ୍ରୋଜେକ୍ଟ

ଖୁବ୍‍ଶୀଘ୍ର ସେ ବଲିଉଡ଼ ଅଭିନେତ୍ରୀ ଦୀପିକା ଚିଖାଲିଆଙ୍କ ଆଗାମୀ ଚଳଚ୍ଚିତ୍ର ‘ସରୋଜିନୀ’ରେ ଗୀତ ଗାଇବେ। ଏନେଇ ଦୀପିକା ନିଜେ ଟ୍ୱିଟ୍‍ କରି ସୂଚନା ଦେଇଛନ୍ତି। ଦୀପିକା ରାନୁ ମଣ୍ଡଳଙ୍କର ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଭିଡିଓରେ ରାନୁ ନିଜର ଏହି ଆଗାମୀ ପ୍ରୋଜେକ୍ଟ ବିଷୟରେ କହୁଛନ୍ତି।ଏହି ପ୍ରୋଜେକ୍ଟ ପାଇବା ପରେ ରାନୁ ମଣ୍ଡଳଙ୍କ ଭାଗ୍ୟ ପୁଣିଥରେ ଚମକିବ ବୋଲି କୁହାଯାଉଛି।

କାରଣ କରୋନା କାଳରେ ତାଙ୍କୁ କୌଣସି କାମ ମିଳୁ ନ ଥିବାରୁ ତାଙ୍କ ଅବସ୍ଥା ପୂର୍ବ ପରି ହୋଇଯାଇଛି। ସେ ଏବେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି।ସୂଚନାଯୋଗ୍ୟ, ଫିଲ୍ମ ‘ସରୋଜିନୀ’ ସ୍ୱାଧୀନତା ସଂଗ୍ରାମୀ ସରୋଜିନୀ ନାଇଡୁଙ୍କ ଜୀବନ କାହାଣୀ ଉପରେ ଆଧାରିତ। ଆକାଶ ନାୟକ ଏବଂ ଧୀରଜ ମିଶ୍ର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ବହନ କରିଥିବା ବେଳେ କାହାଣୀ ଲେଖିଛନ୍ତି ଧୀରଜ ମିଶ୍ର ଓ ଯଶୋମତୀ ଦେବୀ।

Show More

Related Articles

Back to top button