ମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟିସ୍ୱତନ୍ତ୍ର

‘ଥାଙ୍କ୍‌ ଗଡ୍‌’ ଫିଲ୍ମଟି ରିଲିଜ ହେବା ପରେ, କିଆରାଙ୍କ ସହ ଫିଲ୍ମ ଦେଖିବା ପାଇଁ ଯୋଜନା କରିଥିଲେ ସିଦ୍ଧାର୍ଥ

ମୁମ୍ଵାଇ : ସିଦ୍ଧାର୍ଥ ମଲହୋତ୍ରା ତାଙ୍କ ଫିଲ୍ମ ‘ଥାଙ୍କ୍‌ ଗଡ୍‌’କୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ଫିଲ୍ମଟି ହଲ୍‌ରେ ରିଲିଜ୍‌ ହୋଇଛି। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍ ଏବଂ ରକୁଲ ପ୍ରୀତ ସିଂ ମଧ୍ୟ ନଜର ଆସିଛନ୍ତି। ଏସବୁ ମଧ୍ୟରେ ସିଦ୍ଧାର୍ଥ ତାଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ କିଆରାଙ୍କ ସହ ତାଙ୍କ ଲଭ ଲାଇଫ୍‌କୁ ନେଇ ଲାଇମଲାଇଟ୍ କୁ ଆସୁଛନ୍ତି। ଏବେ ମିଳିଛି ଯେ ଫିଲ୍ମ ରିଲିଜ୍ ହେବା ପରେ ସିଦ୍ଧାର୍ଥ କିଆରାଙ୍କ ସହ ଫିଲ୍ମ ଦେଖିବା ପାଇଁ ଯୋଜନା କରିଥିଲେ। ମଙ୍ଗଳବାର ଅର୍ଥାତ୍‌ ଗତକାଲି ରାତିରେ ସେ ଯାଇ ଲୋକଙ୍କ ମଧ୍ୟରେ ଫିଲ୍ମ ଦେଖିବା ସହ ସମୟ ଅତିବାହିତ କରିଛନ୍ତି। ଇଟିମସ୍ ସୂଚନା ଅନୁଯାୟୀ ସିଦ୍ଧାର୍ଥ ଗତକାଲି ରାତି ୮ଟାରେ ମୁମ୍ବାଇର ଏକ ଥିଏଟରରେ କିଆରାଙ୍କ ସହ ‘ଥାଙ୍କ ଗଡ୍‌’ ଦେଖିବାକୁ ଯୋଜନା କରିଥିଲେ। କୁହାଯାଉଛି କି ସିଦ୍ଧାର୍ଥ ସାଧାରଣ ଲୋକଙ୍କ ପରି ସେମାନଙ୍କ ମଧ୍ୟରେ ଯାଇ ଏହି ଫିଲ୍ମ ଦେଖିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ସେ ପୁରା ହଲ୍ ବୁକ୍ କରିଥିଲେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହାନ୍ତି। ଏହା ବ୍ୟତୀତ ତାଙ୍କୁ କିଆରାଙ୍କ ସହ ଦେଖିବାକୁ ମିଳି ନାହାନ୍ତି। ଏହା ଜଣା ଯେ କିଆରା-ସିଦ୍ଧାର୍ଥ ଗତ ଦେଢ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିବା କହୁଛନ୍ତି । ୨୦୨୧ରୁ ସେମାନଙ୍କ ଡେଟିଂକୁ ନେଇ କଳ୍ପନା ଜଳ୍ପନା କରାଯାଉଛି। ଫିଲ୍ମ ‘ଶେର୍ ଶାହା’ର ସୁଟିଂ ସମୟରେ ଦୁହେଁ ସାକ୍ଷାତ ହୋଇଥିଲେ। ହେଲେ ଏହି ନିଜ ସମ୍ପର୍କକୁ କାହାରି ସାମ୍ନାରେ ସ୍ୱୀକାର କରିନାହାଁନ୍ତି । ଖବର ଅନୁଯାୟୀ, ଏହି କପଲ୍‌ ଆସନ୍ତା ବର୍ଷ ଏପ୍ରିଲରେ ବିବାହ କରିପାରନ୍ତି।

Show More

Related Articles

Back to top button