ଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବର

ଲାବୋରେଟୋରି ରିପୋର୍ଟ ଆସିବା ପରେ କଟକରୁ ଜବତ ମେଡିସିନ୍ ନକଲି ବୋଲି ସ୍ପଷ୍ଟ ହେଲା

କଟକ : ଲାବୋରେଟୋରି ରିପୋର୍ଟ ଆସିବା ପରେ କଟକରୁ ଜବତ ଔଷଧ ନକଲି ବୋଲି ସ୍ପଷ୍ଟ ହେଲା। ଲାବୋରେଟୋରି ରିପୋର୍ଟ ଆସିବା ପରେ ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦ ନକଲି ବୋଲି ଆଜି ସୂଚନା ଦେଲେ କଟକ ଡିସିପି ପିନାକି ମିଶ୍ର। ସେ ଆହୁରି ମଧ୍ୟ କହିଛନ୍ତି, ଲାବୋରେଟୋରି ରିପୋର୍ଟରେ ଏହି ‘ମେଡିସିନ୍ ନଟ୍ ଫିଟ୍ ଫର୍ ୟୁଜ୍’ ବୋଲି ଉଲ୍ଲେଖ କରାଯାଇଛି। ଏହି ନକଲି ଔଷଧ କାରବାରର ମୁଖ୍ୟ ଅଭିଯୁକ୍ତ ୨ ଜଣଙ୍କ ନାମରେ ଥିବା ଆଉ ୨ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଛି। ଏଥିରୁ ୧୨ ଲକ୍ଷ ଟଙ୍କା ଜବତ କରାଯାଇଛି। ୨ ଦିନିଆ ରିମାଣ୍ଡରେ ଅଭିଯୁକ୍ତଙ୍କୁ ଅଣାଯିବା ପରେ ପଚରାଉଚ କରାରାଯାଇଥିଲା। ଯେଉଁଥିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି। ଆଗରୁ ଏହି ଦୁଇ ଅଭିଯୁକ୍ତଙ୍କ ଏଜେନ୍ସି ନାମରେ ଥିବା ୨ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଥିଲା। ଏହି ଏଜେନ୍ସି ଓ ଅଭିଯୁକ୍ତଙ୍କ ସହ ବ୍ୟାଙ୍କ ନେଣଦେଣ କରୁଥିବା ଅନ୍ୟ ଦୁଇଟି ଆକାଉଣ୍ଟ ଜବତ କରାଯାଇଛି। ଅନ୍ୟପଟେ ଅଭିଯୁକ୍ତଙ୍କୁ ଅନ୍ୟ କେଉଁମାନେ ନକଲି ଔଷଧ ଦେଉଥିଲେ, କେଉଁ ଦୋକାନୀମାନେ ନକଲି ଔଷଧ ବୋଲି ଜାଣି ମଧ୍ୟ ନେଇ କାରବାରରେ ସାମିଲ ଥିଲେ, କେଉଁମାନେ ନକଲି ଔଷଧ ବୋଲି ନ ଜାଣି କାରବାର କରୁଥିଲେ ତାହାର ଏକ ତାଲିକା ପ୍ରସ୍ତୁତ ହୋଇଛି। ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ ପ୍ରସ୍ତୁତି ହେଉଛି ବୋଲି ଡିସିପି ସୂଚନାଦେଇଛନ୍ତି।

 

Show More

Related Articles

Back to top button