Breaking PLUSଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣଭକ୍ତି

ହୋଲି ପରେ ଶ୍ରୀମନ୍ଦିରରୁ ହଟିପାରେ ରବିବାର ଦର୍ଶନ ବନ୍ଦ କଟକଣା

ଏଣିକି ରବିବାର ଦିନ ଭକ୍ତମାନେ କରିପାରିବେ ଜଗା ଦର୍ଶନ

ପୁରୀ: ଶ୍ରଦ୍ଧାଳୁଙ୍କ ପାଇଁ ଆସିଲା ଖୁସି ଖବର। ଏଣିକି ରବିବାର ଦିନ ଭକ୍ତମାନେ କରିପାରିବେ ଜଗା ଦର୍ଶନ । ହୋଲି ପରେ ଶ୍ରୀମନ୍ଦିରରୁ ହଟିପାରେ ରବିବାର ଦର୍ଶନ ବନ୍ଦ କଟକଣା ଓ ରାତ୍ରକାଳୀନ ଦର୍ଶନ କଟକଣା । ଗତକାଲି ନୀତିଶୃଙ୍ଖଳା ଉପରେ ସେବାୟତଙ୍କ ସହ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଆଲୋଚନା ବେଳେ ଏହି ସୂଚନା ମିଳିଛି । ଆସନ୍ତା ଶନିବାର ଛତିଶାନିଯୋଗ ବୈଠକରେ ଏ ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି ।

ଗତକାଲି ରାତିରେ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ଅଧ୍ୟକ୍ଷତାରେ ନୀତି ଶୃଙ୍ଖଳା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ପରିଚାଳନା କମିଟି ଏବଂ ବରିଷ୍ଠ ସେବାୟତମାନେ ମଧ୍ୟ ଯୋଗ ଦେଇଥିଲେ । ଲଗାତର କିଛି ଦିନ ଧରି ମହାପ୍ରଭୁଙ୍କ ଦ୍ୱାରଫିଟାଠାରୁ ଆରମ୍ଭ କରି ଅନ୍ୟାନ୍ୟ ନୀତିକାନ୍ତି ବିଳମ୍ବ ହେଉଥିବାରୁ ବୈଠକରେ ଉଦବେଗ୍ ପ୍ରକାଶ ପାଇଥିଲା ।

ଅନ୍ୟପଟେ ,ଫେବୃୟାରୀ ମାସର କୋଭିଡ୍ କଟକଣା ୧୦ ତାରିଖରେ ସରୁଥିବାରୁ ଆସନ୍ତା ଶନିବାର ଅପରାହ୍ନରେ ଛତିଶାନିଯୋଗ ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ଆଗାମୀ ଦର୍ଶନ କଟକଣା ଉପରେ ବିଧିବଦ୍ଧ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି । ରାତି ୯ଟା ପରେ ଦର୍ଶନ ବନ୍ଦ୍ ବ୍ୟବସ୍ଥା ବି ହଟାଇ ଦିଆଯିବ । ଫଳରେ ଭକ୍ତମାନେ ପୂର୍ବଭଳି ମହାପ୍ରଭୁଙ୍କ ବଡସିଂହାର ବେଶ ବି ଦର୍ଶନ କରିବାର ସୁଯୋଗ ପାଇପାରିବେ ବୋଲି ଜଣାପଡିଛି ।

Show More

Related Articles

Back to top button