ଓଡ଼ିଶାମୁଖ୍ୟ ଖବର

‘ଗୁଲାବ’ ପଛେ ପଛେ ଆଉ ଏକ ଲଘୁଚାପ

ସେପ୍ଟେମ୍ବର ଶେଷରେ ଭିଜିବ ଓଡିଶା

ବାତ୍ୟା ‘ଗୁଲାବ୍ ’ ପଛେ ପଛେ ଆଉ ଏକ ଲଘୁଚାପ ଆସୁଛି । ସମ୍ଭାବ୍ୟ ଲଘୁଚାପ ଓଡ଼ିଶା ଆସିବ ବୋଲି ସ୍କାଏମେଟ ଆକଳନ କରିଛି । ବର୍ତ୍ତମାନର ବାତ୍ୟା ଯିବା ପରେ ବି ସେପ୍ଟେମ୍ବର ଶେଷବେଳକୁ ରାଜ୍ୟରେ ଆହୁରି ବର୍ଷା ସମ୍ଭାବନା ଅଛି । ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଡିଆଁମୁ’ର ଏହା ଅଂଶ ବିଶେଷ ହେବ ।

ଡିଆଁମୁ କ୍ରମଶଃ ଦୁର୍ବଳ ହେବା ସହ ଭିଏତନାମ, ଥାଇଲାଣ୍ଡ ଅତିକ୍ରମ କରିବା ପରେ ଏବେ ମିଆଁମାର ଉପରେ ରହିଛି ଲଘୁଚାପ ଅବସ୍ଥାରେ । ଏହା ଆହୁରି ଦୁର୍ବଳ ହୋଇ ଘୂର୍ଣ୍ଣିବଳୟ ରୂପ ନେଇ ବଙ୍ଗୋପସାଗରକୁ ପଶିଛି । ପରେ ଘନୀଭୂତ ହୋଇ ଲଘୁଚାପ ରୂପ ନେବ । ଆଉ ମୁହାଁଇବ ଓଡ଼ିଶା ଉପକୂଳ ଆଡ଼କୁ । ଏହା ପ୍ରଭାବରେ ସେପ୍ଟେମ୍ବର ଶେଷରେ ଓଡ଼ିଶାରେ ବର୍ଷା ଲାଗି ରହିବ । ସେପ୍ଟେମ୍ବର ମାସରେ ଏହା ରାଜ୍ୟର ପଞ୍ଚମ ଲଘୁଚାପ ହେବ ।

Show More

Related Articles

Back to top button