ଓଡ଼ିଶାମୁଖ୍ୟ ଖବର

ଦୀପାବଳି ପରେ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ

ନୂଆବର୍ଷ ପରେ ଖୋଲିପାରେ ପ୍ରଥମରୁ ପଞ୍ଚମ

ଦୀପାବଳି ପରେ ରାଜ୍ୟରେ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ । ସେହିପରି ନୂଆବର୍ଷ ପରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିପାରେ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ପ୍ରଦାନ କରିଛନ୍ତି । ସେପଟେ ଦରବୃଦ୍ଧି ପାଇଁ ଏମଡିଏମ ପ୍ରଭାବିତ ହେଉଥିବା ମଧ୍ୟ ମନ୍ତ୍ରୀ ସ୍ବୀକାର କରିଛନ୍ତି । ଏନେଇ କେନ୍ଦ୍ରକୁ ଅବଗତ କରାଇଥିବା ମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନେଇ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବାକୁ ଯୋଜନା ହୋଇଥିଲା । ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଚାର ବିମର୍ଶ କରାଯାଉଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ରାଜ୍ୟରେ ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲରେ ପାଠପଢା ଆରମ୍ଭ ହୋଇଛି । ଗତ ୨୫ତାରିଖରୁ ରାଜ୍ୟରେ ଅଷ୍ଟମ ଶ୍ରେଣୀ ଗୃହ ପାଠପଢା ଆରମ୍ଭ ହୋଇଛି । ସ୍କୁଲରେ ଏବେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ଭଲ ରହୁଛି । ପ୍ରାୟ ୭୦ ପ୍ରତିଶତ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସୁଛନ୍ତି । ପିଲାଙ୍କ ମଧ୍ୟରେ ସ୍କୁଲ ଆସିବାକୁ ଆଗ୍ରହ ଅଛି ।

Show More

Related Articles

Back to top button