Breaking PLUSଓଡ଼ିଶାମୁଖ୍ୟ ଖବର

ଜେଲ ଭିତରୁ କଏଦୀ ଚମ୍ପଟ ଘଟଣା, 24ଘଣ୍ଟା ପରେ ବି ପୋଲିସ ହାତ ଖାଲି

ଭୁବନେଶ୍ୱର/ଟିଟିଲାଗଡ, 11 ମାର୍ଚ୍ଚ – ଜେଲ ଭିତରୁ ଦୁଇ କଏଦି ଚମ୍ପଟ ଘଟଣା । 24 ଘଣ୍ଟା ପରେ ମଧ୍ୟ ପୋଲିସର ହାତ ଖାଲି । ଦୁଇଜଣ ହତ୍ୟା ଅଭିଯୋଗରେ ଦୀର୍ଘ ବର୍ଷ ହେଲା ବିଚାରଧୀନ କଏଦୀ ଭାବରେ ରହିଥିଲେ। ଫେରାର ହୋଇଯାଇଥିବା କଏଦୀମାନେ ହେଲେ ଶୋଭାବନ ରଣା (28) ଓ ସୁମିତ ବିହାରୀ (23) । ଶୋଭାବନ ସିନ୍ଧେକେଲା ଅଞ୍ଚଳରେ ହୋଇଥିବା ବହୁଚର୍ଚ୍ଚିତ ନରବଳିର ଅଭିଯୁକ୍ତ ହୋଇ ଦୀର୍ଘ ୪ ବର୍ଷ ହେଲା ଟିଟିଲାଗଡ଼ ଉପକାରାଗାରରେ ରହିଥିବା ବେଳେ ସୁମିତ ମଧ୍ୟ କେସିଙ୍ଗା ଅଞ୍ଚଳରେ ହୋଇଥିବା ଏକ ହତ୍ୟା ଅଭିଯୋଗରେ ଦୀର୍ଘ 2 ବର୍ଷ ହେଲା କାରାଗାରରେ ଥିଲା । ତେବେ ଦୁଇ ଜଣ ଜେଲର ବାଡ ଡେଇଁ ଫେରାର କିଭଳି ହେଲେ ତାହାକୁ ନେଇ ଉଠୁଛି ପ୍ରଶ୍ନ । ଅନ୍ୟପଟେ ଜେଲର ସିସିଟିଭି ମଧ୍ୟ ଅଚଳ ହୋଇପଡିଛି । ଟିଟିଲାଗଡ଼ ପୋଲିସ କୌଣସି ପ୍ରତିକ୍ରିୟା ଦେଇନାହିଁ ।

Show More

Related Articles

Back to top button