
୨୦୦୧ରେ ଆସିଥିବା ଫିଲ୍ମ ‘ଗଦର ଏକ ପ୍ରେମ୍ କଥା’ ବ୍ଲକବଷ୍ଟର ଠାରୁ ହିଟ୍ ହୋଇଥିଲା। ଏବେ ୨୦ ବର୍ଷ ପରେ ପୁଣିଥରେ ଏହି ପ୍ରେମ କାହାଣୀକୁ ନେଇ ଆଗକୁ ବଢ଼ାଯିବ। ପୂର୍ବରୁ ଫିଲ୍ମର ସିକ୍ୱେଲ ବିଷୟରେ ଘୋଷଣା କରି ମୋଶନ ପୋଷ୍ଟର ରିଲିଜ୍ କରାଯାଇଛି। ଖୁବ୍ ଶୀଘ୍ର ହିଁ ଫିଲ୍ମର ସୁଟିଂ ଆରମ୍ଭ ହେବ। ଏଥିରେ ଲିଡ୍ ରୋଲରେ ପୂର୍ବ ଭଳି ସନି ଦେଓଲ, ଅମିଷା ପଟେଲ ଓ ଉତ୍କର୍ଷ ଶର୍ମା ନଜର ଆସିବେ। ଏନେଇ ସନି ଦେଓଲ ୧୪ ଅକ୍ଟୋବରରେ ସୋସିଆଲ ମିଡିଆରେ ଫ୍ୟାନ୍ମାନଙ୍କୁ କିଛି ସ୍ପେଶାଲ ଆନାଉନ୍ସମେଣ୍ଟ କରିବେ ବୋଲି ସୂଚନା ଦେଇଥିଲେ।
ଶୁକ୍ରବାର ଦିନ ସନି ଦେଓଲ ଗଦର- ୨ର ମୋଶନ ପୋଷ୍ଟର ରିଲିଜ୍ କରିଛନ୍ତି। ଏହି ଫିଲ୍ମ ୨୦୨୨ରେ ରିଲିଜ୍ ହେବ। ଗଦରରେ କାହାଣୀ ଯେଉଁଠୁ ସରିଥିଲା, ସେଇଠୁ ହିଁ ସିକ୍ୱେଲର କାହାଣୀ ଆଗକୁ ଆରମ୍ଭ ହେବ। ଫିଲ୍ମ ଗଦରକୁ ଅନିଲ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି। ଲିଡ୍ ରୋଲରେ ଅମିଷା ଓ ସନିଙ୍କୁ ଦର୍ଶକମାନେ ବେଶ୍ ପସନ୍ଦ କରିଥିଲେ। ଏବେ ୨୦ ବର୍ଷ ପରେ ପୁଣି ଥରେ ସିନେମା ହଲ୍ରେ ଏହି ଜୋଡ଼ି ଧୁମ୍ ମଚାଇବାକୁ ଆସୁଛି। ଫିଲ୍ମରେ ଉତ୍କର୍ଷ ଶର୍ମା, ସନି ଓ ଅମିଷାଙ୍କ ପୁଅର ଭୂମିକା ନିଭାଇଥିଲେ। ଫିଲ୍ମ ବିଷୟରେ ବାକି ସୂଚନା ସାମ୍ନାକୁ ଆସିନାହିଁ। .କାହାଣୀଟି ଶକ୍ତିମାନ ଲେଖିଥିବା ବେଳେ ମ୍ୟୁଜିକ୍ ମିଥୁନ କମ୍ପୋଜ୍ କରିବେ।ପୂର୍ବ ଭଳି ଗଦର ୨କୁ ଜି ଷ୍ଟୁଡିଓ ଓ ଅନିଲ ଶର୍ମା ପ୍ରଡ୍ୟୁସ୍ କରିବେ। ଏବେ ଯେମିତି ହିଁ ଗଦର ୨ର ଘୋଷଣା ହୋଇଛି, ଫ୍ୟାନ୍ମାନଙ୍କ ମଧ୍ୟରେ ପୁଣି ଥରେ ଖୁସିର ଲହରି ଖେଳି ଯାଇଛି। ଏହି ଡ୍ରାମାର ସିକ୍ୱେଲକୁ ନେଇ ଦର୍ଶକ ବେଶ୍ ଉତ୍ସାହିତ ଅଛନ୍ତି।