ବାଣିଜ୍ୟ

କୋଲ୍‌ ଇଣ୍ଡିଆ ନେଲା ବଡ଼ ନିଷ୍ପତ୍ତି

ଉଦ୍ୟୋଗ ଉପରେ ଗୁରୁତର ପ୍ରଭାବ ପକାଇବ କୋଇଲା ସଙ୍କଟ !

ଦେଶରେ କୋଇଲା ସଙ୍କଟ ଉଗ୍ର ହେବାରେ ଲାଗିଛି। ମହାରାଷ୍ଟ୍ର ଏବଂ ପଞ୍ଜାବ ବ୍ୟତୀତ ଅଧିକାଂଶ ରାଜ୍ୟରେ ଥିବା ଥର୍ମାଲ ପାଓ୍ବାର ପ୍ଲାଣ୍ଟର ଅନେକ ୟୁନିଟ୍‌ ବନ୍ଦ ହୋଇଗଲାଣି। ଏହାରି ମଧ୍ୟରେ କୋଲ ଇଣ୍ଡିଆ ଲିମିଟେଡ୍‌ ଗୁରୁବାର ବଡ଼ ନିଷ୍ପତ୍ତି ନେଇଛି। ବିଜୁଳୀ ଶକ୍ତି ବ୍ୟବହାର କରୁନଥିବା ଗ୍ରାହକଙ୍କୁ କୋଇଲା ଦେବ ନାହିଁ ବୋଲି ଘୋଷଣା କରିଛି କୋଲ ଇଣ୍ଡିଆ। ଏହା ଫଳରେ ଯେଉଁ ସେକ୍ଟର ବିଜୁଳୀ ଉତ୍ପାଦନ କରୁନାହାନ୍ତି ସେମାନଙ୍କ ଉପରେ ବେଶୀ ପ୍ରଭାବ ପଡ଼ିବ। କିଛି ବର୍ଷ ହେଲା ଭାରତ ବିଜୁଳୀ ଉତ୍ପାଦନରେ ପଛରେ ପଡ଼ିଛି। ନ୍ୟୁଜ ଏଜେନ୍ସି ରୟଟର୍ସ ଅନୁସାରେ, ବିଶ୍ବରେ ଚତୁର୍ଥ ସବୁଠୁ ବଡ଼ ଭଣ୍ଡାର ସହ ଭାରତ ଦୁନିଆର ଦ୍ବିତୀୟ ବୃହତ୍ତ କୋଇଲା ଉତ୍ପାଦନକାରୀ ଦେଶ। କରୋନା ମହାମାରୀ ପୂର୍ବରୁ ଭାରି ଚାହିଦା ଯୋଗୁଁ ଦେଶର ସର୍ବବୃହତ୍ତ କୋଇଲା ଖନନ କମ୍ପାନୀ କୋଲ୍‌ ଇଣ୍ଡିଆ ଏବେ ପର୍ଯ୍ୟାପ୍ତ ପରିମାଣରେ ଉତ୍ପାଦନ କରିପାରୁ ନାହିଁ। ତେବେ ବିଜୁଳୀ କ୍ଷେତ୍ରକୁ ଛାଡ଼ି ଦେଲେ ଅନ୍ୟ ସେକ୍ଟର୍ସ ପାଇଁ ଅନଲାଇନ ମାଧ୍ୟମରେ କୋଇଲା ନିଲାମୀ ଉପରେ କୋଲ ଇଣ୍ଡିଆ ରୋକ ଲଗାଇଦେଇଥିବା ଜଣାପଡ଼ିଛି। ଏହା ପରେ ସବୁଠି ଅସନ୍ତୋଷ ପ୍ରକାଶ ପାଇଛି। ନିଲାମୀ ରୋକିବାକୁ ଅସ୍ଥାୟୀ ବୋଲି କମ୍ପାନୀ କହିଥିବା ବେଳେ ରାଷ୍ଟ୍ର ହିତ ପାଇଁ ପାଓ୍ବାର ପ୍ଲାଣ୍ଟକୁ କୋଇଲା ଆବଣ୍ଟନ କରିବ ବୋଲି କହିଛି।

କିନ୍ତୁ ଏହା ପରେ ଆଲୁମିନିୟମ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ ପୂର୍ବ ଭଳି କୋଇଲା ଯୋଗାଇବାକୁ ଦାବି କରିଛି। କୋଲ ଇଣ୍ଡିଆର ଏହି ନିଷ୍ପତ୍ତି ଉଦ୍ୟୋଗ ପାଇଁ ‘ହାନିକାରକ’। ସେଗୁଡ଼ିକୁ ଅବାଧ କୋଇଲା ଯୋଗାଇବା ଜରୁରୀ ବୋଲି ମଧ୍ୟ ଆଲୁମିନିୟମ ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି। ବିଜୁଳୀ ନମିଳିବାରୁ କମ୍ପାନୀରେ ଉତ୍ପାଦନ ଠପ ହୋଇଯାଉଛି। ଏପରିକି ଅନେକ ୟୁନିଟ୍‌ କମ୍‌ କ୍ଷମତାରେ କାର୍ଯ୍ୟ କରୁଛି। କାରଣ ସେଗୁଡ଼ିକ ପାଖରେ କୋଇଲା ଷ୍ଟକ୍‌ ଦ୍ରୁତ ଗତିରେ କମି ଚାଲିଥିବା ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି। ଅଣ ବିଜୁଳୀ ଉତ୍ପାଦନ କମ୍ପାନୀଗୁଡ଼ିକ ପାଖରେ କୌଣସି ଠୋସ୍‌ ବିକଳ୍ପ ନାହିଁ। କାରଣ ଏହି ସବୁ କମ୍ପାନୀର ଉତ୍ପାଦନ କ୍ଷେତ୍ରରେ କୋଇଲାର ଯୋଗଦାନ ପାଖାପାଖି ୪୦ ପ୍ରତିଶତ। ଦେଶରେ କୋଇଲା ସଙ୍କଟକୁ ନେଇ କୋଲ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଛି, ବିଦେଶରେ କୋଇଲା ଦାମ ବୃଦ୍ଧି ପାଇବାରୁ ଅନେକ ଭାରତୀୟ କମ୍ପାନୀ ଏବେ ସ୍ଥାନୀୟ କୋଇଲା ଉପରେ ନିର୍ଭର କରୁଛନ୍ତି ।

Show More

Related Articles

Back to top button