ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣଭକ୍ତିସ୍ୱତନ୍ତ୍ର

ଦୀର୍ଘ ୨ବର୍ଷ ପରେ ଦୂର୍ଗାପୂଜା ପାଇଁ କଟକରେ ଜୋରସୋର ପ୍ରସ୍ତୁତି ଆରମ୍ଭ

କରୋନା ମହାମାରୀ ପାଇଁ ୨ବର୍ଷ ହେଲା ବିନା ଭକ୍ତରେ ଦୂର୍ଗାପୂଜା ପାଳନ କରାଯାଇଥିଲା । କିନ୍ତୁ ଚଳିତ ବର୍ଷ କରୋନା ପ୍ରକୋପ କମିଥିବାରୁ ଖୁବ୍ ଆଡମ୍ବରରେ ପାଲିତ ହବ ଦୂର୍ଗାପୂଜା । ଏଥିପାଇଁ କଟକରେ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।  ସୁନା ଚାନ୍ଦି ମେଢରେ ଝଲସିବେ ମା । ସେଥିପାଇଁ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇ ଯାଇଛି ଚାନ୍ଦି ସଫା କାମ । ଚାନ୍ଦି ସଫା ଶେଷ ହେବା ପରେ ମୂର୍ତ୍ତି ତିଆରି ଆରମ୍ଭ ହେବ ବୋଲି କହିଛନ୍ତି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି ।

ସେହିପରି ହରିପୁର ଦୋଳମୁଣ୍ଡାଇ ପୂଜା କମିଟିରେ ପ୍ରାୟ ଛଅ ଜଣ କାରିଗର ଚାନ୍ଦି ସଫେଇ କାମରେ ଲାଗିଛନ୍ତି । ଦୀର୍ଘ ଦୁଇ ବର୍ଷ ପରେ ସ୍ବାଭାବିକ ମୂର୍ତ୍ତି ହେବା ସହ ଚାନ୍ଦି ମେଢରେ ସଜେଇ ହେବେ ମାଆ । ଗୋଟିଏ ଚାନ୍ଦି ମେଢ ସଫା କରିବା ଓ ପଲିସ କରିବାକୁ କାରିଗର ମାନେ ପଚାଶ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ନେଉଥିବା ପୂଜା କମିଟି ସମ୍ପାଦକ କହିଛନ୍ତି।

ଖାନନଗର ପୂଜା କମିଟି ପକ୍ଷରୁ ମଧ୍ୟ ଜୋରଦାର ଚାଲିଛି ଚାନ୍ଦି ସଫେଇ କାମ । ମାଆଙ୍କ ପୂଜାକୁ ଆଉ ମାସେରୁ କମ ସମୟ ବାକି ରହିଲା । ଦୁଇ ବର୍ଷ ହେଲାଣି ମାଆଙ୍କ ଚାନ୍ଦି ମେଢ ଲାଗି ନଥିବାରୁ ଦୁଇ ବର୍ଷର କାମ କରିବାକୁ ପଡୁଛି। କାରିଗରମାନେ ମଧ୍ୟ ବେଶ ଉତ୍ସାହର ସହ ସମସ୍ତ କାମ କରୁଥିବା ଖାନନଗର ପୂଜା କମିଟି ସମ୍ପାଦକ।

Show More

Related Articles

Back to top button