Breaking PLUSଅପରାଧଦେଶ ବିଦେଶମୁଖ୍ୟ ଖବରସେଲିବ୍ରିଟି
ଆଇନ ଜାଲରେ ଫସିଲେ ଅଭିନେତ୍ରୀ ନୋରା ଫତେହି

ମୁମ୍ବାଇ: ଆଇନର ଜାଲରେ ଫସିଲେ ଅଭିନେତ୍ରୀ ନୋରା ଫତେହି। ୬ ଘଣ୍ଟା ଧରି ନୋରାଙ୍କୁ ଜେରା କଲା ଦିଲ୍ଲୀ ପୁଲିସ। ଦିଲ୍ଲୀ ପୁଲିସର ଆର୍ଥିକ ଅପରାଧ ଶାଖା ତଥା ଇଓଡବ୍ଲୁ ନୋରାଙ୍କୁ ଜେରା କରିଛି। ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ନୋରାଙ୍କୁ ପୁଲିସ ପଚରାଉଚରା କରିଛି। ଏହି ମାମଲାରେ ଆସନ୍ତା ୧୨ ତାରିଖରେ ଜ୍ୟାକ୍ଲିନ୍ଙ୍କୁ ପୁଲିସ ପଚରାଉଚରା କରିବ। ସୂଚନା ଅନୁସାରେ, ମନି ଲଣ୍ଡରିଂ ମାମଲାରେ ସୁକେଶ ଚନ୍ଦ୍ର ଶେଖର ଓ ଅଭିନେତ୍ରୀ ନୋରା ଫତେହିଙ୍କୁ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିସାରିଛି। ଇଡିର ଚାର୍ଜଶିଟ୍ରେ ଏହି ପଚରାଉଚରା ବିଷୟରେ ଉଲ୍ଲେଖ ମଧ୍ୟ ରହିଛି। ଏବେ ଏହି ମାମଲରେ ଦିଲ୍ଲୀ ପୁଲିସ ପୁଣି ଥରେ ନୋରାଙ୍କୁ ଡକାଇ ଜେରା କରିଛି। ପଚରାଉଚରା ବେଳେ ପୁଲିସ ନୋରାଙ୍କୁ ପ୍ରାୟ ୫୦ରୁ ଅଧିକ ପ୍ରଶ୍ନ କରିଥିବା ସୂଚନା ମିଳିଛି।