Breaking PLUSଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ପୋଲିସ ଗାଡି ଉପରକୁ ବୋମା ବିସ୍ଫୋରଣ , ୮ ପୋଲିସକର୍ମୀ ମୃତ

ବୋଗଟା: ପୁଲିସଙ୍କ ଉପରେ ବୋମା ବିସ୍ଫୋରଣ। ବିସ୍ଫୋରଣ କରି ଉଡାଇଦେଲେ ପୁଲିସ ଗାଡି। ଏଭଳି ଏକ ଅଘଟଣ ଘଟିଛି ପଶ୍ଚିମ କଲମ୍ବିଆରେ । ଏଥିରେ ୮ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଶୁକ୍ରବାର ଏହି ଘଟଣା ଘଟିଛି। ପୁଲିସ ଗାଡିରେ ବସି ୮ ଜଣ ପୁଲିସ ଅଧିକାରୀ ଗାଡିରେ ଯାଉଥିବା ବେଳେ ତାଙ୍କ ଗାଡିକୁ ବିସ୍ଫୋରଣ କରି ଆତଙ୍କବାଦୀମାନେ ଉଡାଇ ଦେଇଥିଲେ। ଘଟଣାସ୍ଥଳରେ ହିଁ ୮ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ନେଇ କଲମ୍ବିଆର ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ସୂଚନା ଦେଇଛନ୍ତି। ଗସ୍ତାଗୋ ପେଟ୍ରୋ ଏହି ଘଟଣାକୁ ଦୃଢ଼ ଭାବେ ନିନ୍ଦା କରିବା ସହ କହିଛନ୍ତି, ପ୍ରାୟ ୬୦ ବର୍ଷର ବିବାଦର ଅନ୍ତ ଘଟାଇବାକୁ ଦେଶ ପ୍ରତିଶ୍ରୃତି ଦେବା ପରେ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ଏହାସବୁ ଠାରୁ ଘାତକ ଆକ୍ରମଣ। ମୃତକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି। ଦେଶରେ ଶାନ୍ତି ଭଙ୍ଗ କରିବା ପାଇଁ ପ୍ରୟାସ ଚାଲିଛି। ଘଟଣାର ଅନୁସନ୍ଧାନ ପାଇଁ ଉକ୍ତ ଅଞ୍ଚଳକୁ ଅଧିକାରୀ ପଠାଯାଇଛନ୍ତି।

 

Show More

Related Articles

Back to top button