ମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ସିଦ୍ଧାର୍ଥଙ୍କ ସହ ବିବାହକୁ ନେଇ ତାରିଖ ଘୋଷଣା କଲେ ଅଭିନେତ୍ରୀ କିଆରା

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ। ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ନେବେ ସାତ ଫରା। କିଆରା ଓ ସିଦ୍ଧାର୍ଥ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏନେଇ ବି-ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛିି। ଏହାରି ଭିତରେ କେବେ ବିବାହ କରିବେ କିଆରା ସେ ନେଇ ହିଣ୍ଟ ଦେଇଛନ୍ତି।

ନିକଟରେ କିଆରା ଆଡଭାନୀ ସୋଶିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଏଥିରେ ସେ ଖୁବଶୀଘ୍ର ଏକ ବଡ ଘୋଷଣା କରିବାକୁ ଯାଉଥିବା ନେଇ କହିଛନ୍ତି। ଭିଡିଓକୁ ଶେୟାର କରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ଗୁପ୍ତ ରଖି ହେବ ନାହିଁ! ଶୀଘ୍ର ଆସୁଛି…  ଦେଖୁଥାନ୍ତୁ… ୨ ଡିସେମ୍ବର।

କିଆରାଙ୍କ ଏହି ପୋଷ୍ଟକୁ ନେଇ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ସେ କୁଆଡେ ଡିସେମ୍ବର ୨ ତାରିଖରେ ବିବାହ କରିବାକୁ ଯାଉଥିବା ନେଇ ଗୁଜବ ସୃଷ୍ଟି ହୋଇଛି। କିଆରା ଓ ସିଦ୍ଧାର୍ଥ ଉଭୟଙ୍କ ଫ୍ୟାନ୍ସମାନେ ଅଭିନେତ୍ରୀଙ୍କ ବିବାହ ତାରିଖ ଘୋଷଣା କରିବାକୁ ଯାଉଥିବା ନେଇ ଅନୁମାନ କରୁଛନ୍ତି।

 

Show More

Related Articles

Back to top button