ବ୍ୟକ୍ତିତ୍ୱସେଲିବ୍ରିଟିସ୍ୱାସ୍ଥ୍ୟ

ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ଅଭିନେତା ବିକ୍ରମ ଗୋଖଲେ

ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଲିଉଡ୍‌ର ଭେଟେରାନ ଅଭିନେତା ବିକ୍ରମ ଗୋଖଲେ । ତାଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି ।  ପୁଣେର ଦୀନାନାଥ ମଙ୍ଗେଶକର ହସ୍ପିଟାଲରେ ଗତ ୧୫ ଦିନ ହେବ ସେ ଚିକିତ୍ସିତ ହେଉଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ପୁଣେରେ ନିଜ ପତ୍ନୀଙ୍କ ସହ ଅଭିନେତା ରହୁଥିବାବେଳେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପରିବାର ତରଫରୁ କୌଣସି ସୂଚନା ମିଳିପାରିନାହିଁ।

ସେ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବାପାଙ୍କ ଭୂମିକାରେ ଅଭିନୟ କରିଥିଲେ। ସେହିପରି ଭୁଲ୍‌ ଭୁଲୈୟା, ଦିଲ୍‌ ସେ, ଦେ ଦନାଦନ, ହିଚକୀ, ନିକମ୍ମା ଓ ମିଶନ ମଙ୍ଗଲ ଭଳି ଅନେକ ବଲିଉଡ୍‌ ହିଟ୍‌ ଫିଲ୍ମରେ ଜବରଦସ୍ତ ଅଭିନୟ କରିଛନ୍ତି।

Show More

Related Articles

Back to top button