Breaking PLUSଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

ଅଡୁଆରେ ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ୍, ଆସନ୍ତା ୧୧ ତାରିଖରେ ଏନସିବି ନିକଟରେ ହେବେ ହାଜର୍

ଡ଼୍ରଗ୍ସ କାରବାର କୁ ନେଇ ଅଭିନେତା ଅର୍ଜୁନ ରାମପାଲ ଏବେ ଅଡ଼ୁଆରେ ପଡ଼ିଛନ୍ତି । ତେବେ ଏହି ଡ଼୍ରଗ୍ସ କାରବାର କୁ ନେଇ ଅର୍ଜୁନଙ୍କ ସହ ତାଙ୍କ ବାନ୍ଧବୀ ଗାବ୍ରିଏଲା ଡେମେଟ୍ରିଆଡେ଼ସଙ୍କୁ ନଭେମ୍ବର ୧୧ରେ ହାଜର ହେବା ପାଇଁ କୁହାଯାଇଛି । ଆଜି ଏନସିବି ଅର୍ଜୁନଙ୍କ ମୁମ୍ବାଇସ୍ଥିତ ବାସଭବନରେ ଚଢ଼ାଉ କରି ଛାନଭିନ କରିଛି ।

ଛାନଭିନ ବେଳେ ଏନସିବି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । ଗତ ଅକ୍ଟୋବରରେ ଏନସିବି ଗାବ୍ରିଏଲାଙ୍କ ଭାଇ ଆଗିସିଲାଓସଙ୍କୁ ଗିରଫ କରିବା ସହ ଡ୍ରଗ୍ସ ଜବତ କରିଥିଲା । ଗାବ୍ରିଏଲାଙ୍କ ଭାଇ ଠାରୁ ମିଳିଥିବା ତଥ୍ୟ ଆଧାରରେ ଏନସିବି ବଲିଉଡ଼ ସହ ଜଡ଼ିତ କେତେକ କଳାକାରଙ୍କୁ ସ୍କାନରକୁ ଆଣିଛି । ଅର୍ଜୂନଙ୍କ ଘରେ ଆଜି ରେଡ଼ ହୋଇଥିବାବେଳେ ଗତକାଲି ରାତିରେ ସିନେ ନିର୍ମାତା ଫିରୋଜ ନାଦିଆଦ୍ୱାଲାଙ୍କ ଘର ଉପରେ ବି ଚଢ଼ଉ ହୋଇଥିଲା । ଏପରିକି ତାଙ୍କ ପତ୍ନୀ ଶାବନା ସାଇଦଙ୍କୁ ଗିରଫ ମଧ୍ୟ କରାଯାଇଛି ।

Show More

Related Articles

Back to top button