Breaking PLUSଓଡ଼ିଶାମୁଖ୍ୟ ଖବର

ଦାଦାବଟି ମାଗିବା ଅଭିଯୋଗରେ ଗିରଫ ହେଲେ କଟକ ମହାନଗର ନିଗମର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ

କଟକ ମହାନଗର ନିଗମର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ବାଳ ଦାଦାବଟି ମାଗିବା ଅଭିଯୋଗରେ ପୁଣିଥରେ ଗିରଫ ହୋଇଛନ୍ତି । ଜଣେ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ସେ ଧରାପଡିଛନ୍ତି ।

କଟକ ମହାନଗର ନିଗମର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ବାଳ ଦାଦାବଟି ମାଗିବା ଅଭିଯୋଗରେ ପୁଣିଥରେ ଗିରଫ ହୋଇଛନ୍ତି । ଜଣେ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ସେ ଧରାପଡିଛନ୍ତି ।

ତାଙ୍କସହ ଆଉ ୩ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି  । ସେହିପରି ଜେଲରେ ଥିବା ଧଳସାମନ୍ତଙ୍କ ଘରୁ ୧ ଲକ୍ଷ ଟଙ୍କା ଜବତ ହୋଇଛି ।

ସୂଚନାଯୋଗ୍ୟ,ପୂର୍ବରୁ ରଞ୍ଜିତା ଡ଼ି-ବ୍ରଦର୍ସ ଲିଙ୍କ ଅଭିଯୋଗରେ ଗିରଫ ହୋଇଥିଲେ। ପରେ ସେ ଜାମିନରେ ଆସିଥିଲେ। ଏହା ପରେ ବେଆଇନ୍‌ ବନ୍ଧୁକ ରଖିବା ଅଭିଯୋଗରେ ପୁଣି ଥରେ ସେ ଗିରଫ ହୋଇଥିଲେ। ସେହିସମୟରେ ତାଙ୍କଠାରୁ ଦୁଇଟି ବନ୍ଧୁକ ଓ ୪ଟି ଗୁଳି ଜବତ ହୋଇଥିଲା ।

Show More

Related Articles

Back to top button