Breaking PLUSଓଡ଼ିଶାମୁଖ୍ୟ ଖବର

ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଡିଜିଙ୍କ ନିର୍ଦ୍ଦେଶରେ ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଏଥିପାଇଁ କ୍ରାଇମବ୍ରାଞ୍ଚ ଡିଏସ୍‌ପିଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଗଠନ ହୋଇଛି ।

ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ମାସେ ପୂରିଥିଲେ ବି ଏଯାଏ ସସପେନ୍ସ ଉପରୁ ପରଦା ହଟିନି । ସୌମ୍ୟଙ୍କ ଦେହରେ ନିଆଁ ଲାଗି ସେ ମୃତ୍ୟୁବରଣ କରିଥିବା ସ୍ପଷ୍ଟ ହୋଇଥିଲେ ବି ଏଯାଏ ଜଣାପଡିନି କେମିତି ଦେହରେ ନିଆଁ ଲାଗିଲା ।

ଏହା ଏକ ଦୁର୍ଘଟଣା ନା ଆତ୍ମହତ୍ୟା କୌଣସି ନିଷ୍କର୍ଷରେ ପହଞ୍ଚି ପାରିନଥିଲା ଗଜପତି ପୋଲିସ । ମାସେ ଧରି ଖୋଳତାଡ ପରେ ପୋଲିସର ହାତ ଖାଲି । ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ ସୌମ୍ୟଙ୍କ ପରିବାର ଲୋକ ।

Show More

Related Articles

Back to top button