Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଉଜ୍ଜୟିନୀରେ ନାବାଳିକାକୁ ଅମାନବୀୟ ଦୁଷ୍କର୍ମ ମାମଲା, ଅଭିଯୁକ୍ତର ଫାଶୀ ଦାବି କଲେ ବାପା

ଉଜ୍ଜୟିନ୍‌ : ମଧ୍ୟପ୍ରଦେଶର ଉଜ୍ଜୟିନ୍‌ଠାରେ ଘଟିଥିବା ନାବାଳିକା ବଳାତ୍କାର ଓ ପରବର୍ତ୍ତୀ ଅମାନବୀୟ ଘଟଣାର ମୁଖ୍ୟ ଅଭିଯୁକ୍ତ ଭରତ ସୋନିକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ତାର ବାପା। ଗୁରୁବାର ପୁଲିସ ଅଟୋଚାଳକ ଭରତକୁ ଗିରଫ କରିଥିଲା। ତା’ ପାଇଁ ମାମଲା ନ ଲଢ଼ିବାକୁ ସ୍ଥାନୀୟ ଆଇନଜୀବୀମାନେ ମଧ୍ୟ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଉଜ୍ଜୟିନ୍‌ ବାର୍‌ ଆସୋସିଏସନ୍‌ ସଭାପତି ଅଶୋକ ଯାଦବ କହିଛନ୍ତି ଯେ ଏହି ଘଟଣା ପ୍ରସିଦ୍ଧ ତୀର୍ଥ କ୍ଷେତ୍ରକୁ ବଦନାମ କରିଛି; ତେଣୁ କୌଣସି ଆଇନଜୀବୀ ଅଭିଯୁକ୍ତ ପାଇଁ ମାମଲା ପରିଚାଳନା କରିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଅଭିଯୁକ୍ତର ବାପା କହିଛନ୍ତି ଯେ ପୁଅର କାର୍ଯ୍ୟ ଅତ୍ୟନ୍ତ କୁତ୍ସିତ ଓ ଲଜ୍ଜାଜନକ। ତାକୁ ଭେଟିବା ପାଇଁ ମୁଁ କିମ୍ବା ପରିବାରର କେହି ଯାଇ ନାହୁଁ। ତା’ ପାଇଁ ଆମେ ଅଦାଲତ କିମ୍ବା ଥାନାକୁ ମଧ୍ୟ ଯିବୁନାହିଁ। ତାକୁ ଫାଶୀ ଦିଆଯିବା ଦରକାର। ପୀଡ଼ିତା ମୋ ଝିଅ ହୋଇଥିଲେ ମୋର ଅବସ୍ଥା କ’ଣ ହୋଇଥାନ୍ତା ବୋଲି ସେ କହିଛନ୍ତି।

Show More

Related Articles

Back to top button