Breaking PLUSଓଡ଼ିଶାମୁଖ୍ୟ ଖବର

ବୋରିଗୁମ୍ମାରେ ଦୁର୍ଘଟଣା, 3ମୃତ

ଜୟପୁର: ଅଟୋ ଓ ୨ ବାଇକକୁ ଏକ କାର ଧକ୍କା ଦେବାରୁ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବୋରିଗୁମ୍ମା ଥାନା ବିଜାପୁରରେ ମର୍ମନ୍ତୁଦ ସିରିଜ ଦୁର୍ଘଟଣା ଘଟିଛି। ଏକ କାର ଗୋଟିଏ ଅଟୋ ଓ ଦୁଇଟି ବାଇକକୁ କ୍ରମାଗତ ଭାବେ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ଜଣ ମହିଳାଙ୍କ ସମେତ ୩ଜଣଙ୍କ ମୃତ ହୋଇଥିଲା ଏବଂ ୧୩ଜଣ ଗୁରୁତର ହୋଇଥିଲେ। ୧୩ ଗୁରୁତରଙ୍କୁ ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣ ଅବସ୍ଥା ଅଧିକ ଗୁରୁତର ରହିବାରୁ ସେମାନଙ୍କୁ କୋରାପୁଟ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

Show More

Related Articles

Back to top button