Breaking PLUSଓଡ଼ିଶାମୁଖ୍ୟ ଖବର

ସଙ୍କୀର୍ତ୍ତନ ସାରି ଫେରିବା ବେଳେ ଦୁର୍ଘଟଣା, ୨ ମୃତ ୩ ଗୁରୁତର

ସଙ୍କୀର୍ତ୍ତନ ସାରି ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ନୟାଗଡ ଜିଲ୍ଲା ଶରଣକୂଳ ଥାନା ଜଗନ୍ନାଥପୁରରେ ରାତି ପ୍ରାୟ ସାଢେ ୧୦ଟା ସମୟରେ ଏହି ଦୁର୍ଘଟଣା ଘଟିଛି।

ସଙ୍କୀର୍ତ୍ତନ ସାରି ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ନୟାଗଡ ଜିଲ୍ଲା ଶରଣକୂଳ ଥାନା ଜଗନ୍ନାଥପୁରରେ ରାତି ପ୍ରାୟ ସାଢେ ୧୦ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ୨ ଜଣ ଗୁରୁତରଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଜଣେ ଶରଣକୂଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଜଗନ୍ନାଥପୁରର କୃଷ୍ଣ ଚନ୍ଦ୍ର ନାୟକ ଏବଂ ନୟାଗଡ ଟାଉନ ଥାନା ପଥରକଟା ଗାଁର ଶ୍ୟାମସୁନ୍ଦର ସେଠୀ ଓ ତାଙ୍କର ଜଣେ ସାଙ୍ଗ ଦୀପକ ସାହୁ ସନ୍ଧ୍ୟାରେ ଗାଁର ଜଣଙ୍କ ଠାରୁ ବାଇକ୍ ନେଇ କୌଣସି କାମରେ ଶରଣକୂଳ ଯାଇଥିଲେ। ସେପଟେ ଜଗନ୍ନାଥପୁରର କୃଷ୍ଣ, ମନମୋହନ ନାୟକ ଏବଂ ଅନ୍ୟ ଜଣେ ବ୍ୟକ୍ତି ନିକଟସ୍ଥ ଆଙ୍ଗିସିଙ୍ଗି ଗାଁରୁ ସଙ୍କୀର୍ତ୍ତନ ସାରି ବାଇକରେ ଘରକୁ ଫେରୁଥିଲେ। ସେମାନେ ଘର ନିକଟରେ ପହଞ୍ଚି ସାରିଥିବାବେଳେ ଶ୍ୟାମସୁନ୍ଦର ବାଇକରେ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲେ।

ଖବର ପାଇ ଶରଣକୂଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତ ୫ ଜଣଙ୍କୁ ମେଡିକାଲ ପଠାଇଥିଲେ। ତେବେ ଚିକିତ୍ସିତ ହେଉଥିବା ସମୟରେ ନୟାଗଡ ମେଡିକାଲରେ ଶ୍ୟାମସୁନ୍ଦରଙ୍କର ମୃତ୍ୟୁ ହୋଇଥିବା ବେଳେ ଶରଣକୂଳରେ କୃଷ୍ଣଙ୍କର ମୃତ୍ୟୁ ହୋଇଛି। ଅପର ପକ୍ଷରେ ଦୀପକ ଓ ମନମୋହନଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି। ଅପର ପକ୍ଷେ ଅନ୍ୟ ଜଣେ ଶରଣକୂଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Show More

Related Articles

Back to top button