Breaking PLUSଓଡ଼ିଶାମୁଖ୍ୟ ଖବର

କରୋନା ହଟସ୍ପଟ ପାଲଟିଛି କଟକର ଘରୋଇ ଶିକ୍ଷାନୁଷ୍ଠାନ, ପୁଣି ୧୩ କରୋନା ପଜିଟିଭ୍ ଚିହ୍ନଟ

ପୁଣି ଥରେ କଟକରେ ବଢିଛି କରୋନା ସଂକ୍ରମଣ । ଏକ ଘରୋଇ କଲେଜରେ ଆଉ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ୭୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା ।

ପୁଣି ଥରେ କଟକରେ ବଢିଛି କରୋନା ସଂକ୍ରମଣ । ଏକ ଘରୋଇ କଲେଜରେ ଆଉ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ୭୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ ୧୩ ଜଣଙ୍କର ରିପୋର୍ଟ ପଜିଟିଭ୍ ବାହାରିଛି । ବୁଧବାର ଦିନ ସଂପୃକ୍ତ କଲେଜରୁ ୧୨ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିଲେ । ସଂକ୍ରମିତ ହୋଇଥିବା ଅନ୍ତେବାସୀ ଗୋଟିଏ ହଷ୍ଟେଲର ବୋଲି ସୂଚନା ମିଳିଛି ।

ସଂପୃକ୍ତ କଲେଜରୁ ପଜିଟିଭ୍ ଚିହ୍ନଟଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବା ସୂଚନା ମିଳିଛି । ସଂପୃକ୍ତ କଲେଜକୁ ୧୦ ଦିନ ପାଇଁ ବନ୍ଦ ଘୋଷଣା କରିଛ କଟକ ମହାନଗର ନିଗମ କର୍ତ୍ତୃପକ୍ଷ । ପଜିଟିଭ୍ ଚିହ୍ନଟ ଛାତ୍ରଛାତ୍ରୀଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଛି ।

Show More

Related Articles

Back to top button