Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ପୁଣି ବଢୁଛି କରୋନା, ଗତ ୨୪ ଘଣ୍ଟା ମଧ୍ୟରେ ୩୯ ହଜାର ୭୨୬ ଜଣ ନୂଆ ସଂକ୍ରମିତ ଚିହ୍ନଟ

ଦେଶରେ ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ । ଦେଶରେ କରୋନା ସଂକ୍ରମଣ ହ୍ରାସ୍ ପାଇଥିବା ବେଳେ ଏବେ ପୁଣି ବଢ଼ିବାରେ ଲାଗିଛି ।

ଦେଶରେ ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ । ଦେଶରେ କରୋନା ସଂକ୍ରମଣ ହ୍ରାସ୍ ପାଇଥିବା ବେଳେ ଏବେ ପୁଣି ବଢ଼ିବାରେ ଲାଗିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯ ହଜାର ୭୨୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୫୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ହଜାର ୬୫୪ ଜଣ ସୁସ୍ଥ ହୋଇଛନ୍ତି।

ଏଥିସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୫ ଲକ୍ଷ ୧୪ ହଜାର ୩୩୧କୁ ବୃଦ୍ଧି ପାଇଛି । ସେହିଭଳି ସୁସ୍ଥଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୮୩ ହଜାର ୬୭୯ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୯ ହଜାର ୩୭୦ରେ ପହଞ୍ଚିଛି । ଏବେ ଦେଶରେ ୨ ଲକ୍ଷ ୭୧ ହଜାର ୨୮୨ ଜଣ ସକ୍ରିୟ କରୋନା ସଂକ୍ରମିତ ଅଛନ୍ତି ।

Show More

Related Articles

Back to top button