
କୋରାପୁଟ : ଘର ପାଇଖାନା ଟାଙ୍କିରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଜ ସ୍ୱାମୀ ତା’ ସ୍ତ୍ରୀକୁ ମାରି ଘର ପାଇଖାନା ଟାଙ୍କିରେ ମୃତଦେହକୁ ପକେଇଦେଇଥିଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କାକିରିଗୁମ୍ମା ଥାନା ଅଞ୍ଚଳରେ। ଏଭଳି କାଣ୍ଡ କରିଥିବା ଅଭିଯୁକ୍ତ ସ୍ୱାମୀ ଗିରଫ। ସେ ସ୍ତ୍ରୀକୁ ହତ୍ୟା ପରେ ମୃତଦେହ ପାଇଖାନା ଟାଙ୍କିରେ ଫିଙ୍ଗି ଦେଇଥିଲା। ଅଭିଯୁକ୍ତ ଜଣକ କାକିରିଗୁମ୍ମାର ଦଶରଥ ସାହୁ। ସେ ତାଙ୍କ ସ୍ତ୍ରୀ ଗୌରୀ ସାହୁକୁ ହତ୍ୟା କରିଥିବା ପୁଲିସ ନିକଟରେ ନିଜର ଦୋଷ ସ୍ୱୀକାର କରିଛନ୍ତି। ସୂଚନା ଅନୁସାରେ, ୫ ମାସ ତଳେ ନିଖୋଜ ଥିଲେ ମହିଳା। ଏ ସମ୍ପର୍କରେ ଜାଣିବା ପରେ ଲକ୍ଷ୍ମୀପୁର ଥାନାରେ ଅଭିଯୋଗ କରିଥିଲେ ବାପ ଘର ଲୋକ। ଏନେଇ ଗତମାସ ୧୫ରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା। ତେବେ ଏନେଇ ଆଜି ଅଭିଯୁକ୍ତ ମହିଳାଙ୍କ ବାପ ଘର ଲୋକଙ୍କୁ ଡାକି ହତ୍ୟାକାଣ୍ଡ ସମ୍ପର୍କରେ ଜଣାଇଥିଲା। ପରେ ମହିଳାଙ୍କ ପରିବାର ଲୋକେ ଏ ସମ୍ପର୍କରେ ଥାନାରେ ଜଣାଇବା ପରେ ପୁଲିସ ପହଞ୍ଚି ଅଭିଯୁକ୍ତ ଧରି ପଚରାଉଚରା କରିଥିଲା। ପୁଲିସ ନିକଟରେ ଦଶରଥ ଦୋଷ ମାନିବା ସହ ହତ୍ୟାକାଣ୍ଡ ଘଟଣା ଓ ମୃତଦେହ ଲୁଚାଇଥିବା ସ୍ଥାନ ଦେଖାଇଥିଲେ। ଅଭିଯୁକ୍ତ ପାଇଖାନାକୁ ଲାଗି ଏକ ଗାତ ଖୋଳିଥିଲା। ଏହି ଗାତକୁ ଲାଗିଥିବା ପାଇଖାନା ଟାଙ୍କିରେ ଏକ କୋଣା କରି ମୃତଦେହକୁ ପକାଇ ଦେଇଥିଲା। ମୃତଦେହ ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ଏନେଇ ପୁଲିସ ଏସ୍ଡିପିଓ ଅଶ୍ୱିନୀ ନାୟକ କହିଛନ୍ତି, ହତ୍ୟାକାଣ୍ଡ ଘଟାଇବା ପରେ ପୁଲିସ ଆଖିରୁ ବର୍ତ୍ତିବାକୁ ନିଖୋଜର ନାଟକ କରିଥିଲା ଅଭିଯୁକ୍ତ ସ୍ୱାମୀ। ପାରିବାରିକ କଳହକୁ କେନ୍ଦ୍ର କରି ସେ ଏଭଳି କାଣ୍ଡ ଘଟାଇଥିବା ପୁଲିସ ନିକଟରେ ମାନିଛି।